Advertisment

Assistant Professor Suspended: ଛାତ୍ରୀଙ୍କ ସଙ୍ଗୀନ ଅଭିଯୋଗ; ଆସିଷ୍ଟାଣ୍ଟ ପ୍ରଫେସର୍ ନିଲମ୍ବିତ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏମବିଏ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ପାରିବେ ନାହିଁ।

Assistant Professor

Assistant Professor Photograph: (OTV)

Advertisment

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର୍ ନିଲମ୍ବିତ। ବିଶ୍ୱବିଦ୍ୟାଳୟର ଏମବିଏ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଅଧ୍ୟାପକ ହେଲେ ଡ଼. ସରୋଜ କୁମାର ସାହୁ। ଇଣ୍ଟର୍ନାଲ କମ୍ପ୍ଲେଣ୍ଟ କମିଟି (ICC)ର ସୁପାରିଶ ଆଧାରରେ ତାଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। 

Advertisment

ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତେବେ ନିଲମ୍ବନର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟତା ଦେଇନାହାନ୍ତି। ଅନ୍ୟପକ୍ଷରେ, ICCର ତଦନ୍ତ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି କୁହାଯାଇଛି। 

ନିଲମ୍ବନ ଅବଧି ମଧ୍ୟରେ ସମ୍ପୃକ୍ତ ଅଧ୍ୟାପକ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ କିମ୍ବା ଶିକ୍ଷାଦାନ କରିପାରିବେ ନାହିଁ। ସେହିପରି, ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅନିବାର୍ଯ୍ୟ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି ଆଦେଶ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୂଳ ସଚିବ (ରେଜିଷ୍ଟ୍ରାର୍) ଜାରି କରିଥିବା ସୂଚନା ମିଳିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଏମବିଏ ବିଭାଗର ସଂପୃକ୍ତ ଅଧ୍ୟାପକଙ୍କ ଅଧୀନରେ ପିଏଚଡି କରୁଥିବା ଜଣେ MBA ଛାତ୍ରୀଙ୍କ ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିବା ନେଇ ICC ଠାରେ ଅଭିଯୋଗ ହୋଇଥିଲା। ତେବେ ଏ ଅଭିଯୋଗ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ