Advertisment

Rejected Love Turns Violent: ବୟଫ୍ରେଣ୍ଡ୍ ଗୁଳିମାରିଲା, ଗର୍ଲଫ୍ରେଣ୍ଡର ଖପୁରି ଉଡ଼ିଲା ! ମୋର ହେବୁନି ତ କାହାର ହେବାକୁ ଦେବିନି

ବୟଫ୍ରେଣ୍ଡ୍ ଗୁଳିମାରିଲା, ଗର୍ଲଫ୍ରେଣ୍ଡର ଖପୁରି ଉଡ଼ିଲା ! ମୋର ହେବୁନି ତ କାହାର ହେବାକୁ ଦେବିନି ! ପ୍ରେମିକାର ବାହାଘର ଠିକ ହେଲା, ପ୍ରେମିକର ଭେଜା ଗୋଲମାଲ୍ ହେଲା ! କଥାହେବା ବନ୍ଦ କରିବାରୁ ସହିପାରିଲାନି ପ୍ରେମିକ। ଘରକୁ ଆସିଲା ସିଧା ଗୁଳି ଚଳେଇଦେଲା ।

APARADH

APARADH Photograph: (OTV)

Advertisment

ବୟଫ୍ରେଣ୍ଡ୍ ଗୁଳିମାରିଲା, ଗର୍ଲଫ୍ରେଣ୍ଡର ଖପୁରି ଉଡ଼ିଲା ! ମୋର ହେବୁନି ତ କାହାର ହେବାକୁ ଦେବିନି ! ପ୍ରେମିକାର ବାହାଘର ଠିକ ହେଲା, ପ୍ରେମିକର ଭେଜା ଗୋଲମାଲ୍ ହେଲା ! କଥାହେବା ବନ୍ଦ କରିବାରୁ ସହିପାରିଲାନି ପ୍ରେମିକ। ଘରକୁ ଆସିଲା ସିଧା ଗୁଳି ଚଳେଇଦେଲା ।

Advertisment

ପ୍ରେମିକା ଘରେ ଏସି ଲଗେଇଥିଲା ପ୍ରେମିକ।  ଅନ୍ୟଠି ବାହାଘର ଠିକ୍ ହେବାରୁ ମୁଣ୍ଡକୁ ଚଢିଗଲା ପିତ୍ତ। ଉତ୍ତର ପ୍ରଦେଶ ଘାଜିଆବାଦରେ ମୁଣ୍ଡ ଘୂରାଇବା ଭଳି ଘଟଣା। ଭୋଜପୁର ଅଞ୍ଚଳର ନଙ୍ଗଲାବେର ଗାଁରେ ରହୁଥିବା ପ୍ରେମିକା ଘରକୁ ଆସି ପ୍ରେମିକ ଯାହା ଘଟାଇଛି ତାହା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ଏହି ଗାଁର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଭଲ ପାଉଥିଲା ୨୮ ବର୍ଷୀୟ ପ୍ରଦୀପ କୁମାର। ଯୁବତୀ ଜଣକ ସ୍ଥାନୀୟ ଏକ କଲେଜରେ MSC ପ୍ରଥମ ବର୍ଷର ଛାତ୍ରୀ। ୫ ବର୍ଷ ହେଲାଣି ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ସବୁୟାଡେ ବୁଲିବାକୁ ଯାଉଥିଲେ, ଖିଆପିଆ କରୁଥିଲେ। ପ୍ରେମର ରଙ୍ଗିନ୍ ଦୁନିଆରେ ଦୁହେଁ ଉଡ଼ିବୁଲୁଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକ ଚାହୁଁନଥିଲେ ପ୍ରଦୀପ ହାତରେ ତାଙ୍କ ଝିଅକୁ ଟେକିଦେବାକୁ। ସେଥିପାଇଁ ଅନ୍ୟସ୍ଥାନରେ ମଧ୍ୟ ବାହାଘର ଠିକ୍ କରିଥିଲେ।

Advertisment

ବାହାଘର ପ୍ରାୟତଃ ଠିକ୍ ହୋଇଯାଇଥିଲା। ଏକଥା ପ୍ରେମିକ ପ୍ରଦୀପର କାନରେ ପଡ଼ିଲା। ଅନ୍ୟଜାଗାରେ ବାହାଘର ସ୍ଥିର ହୋଇଥିବାରୁ ଝିଅ ବି ଆଉ କଥା ହେଲାନି ପ୍ରେମିକ ପ୍ରଦୀପ ସହ। ପ୍ରାୟ ସପ୍ତାହେ ହେଲାଣି ଯୁବତୀ ଜଣଙ୍କ ପ୍ରଦୀପ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ଯାହା ତାଙ୍କୁ ଅଧିକ କଷ୍ଟ ଦେଉଥିଲା।

ସେପଟେ ଗାର୍ଲଫ୍ରେଣ୍ଡ୍ ଅନ୍ୟସ୍ଥାନରେ ବାହାହେଉଥିବାରୁ ସାଙ୍ଗମାନେ ନାନା କଥା କହିଥିଲେ। ଯାହା ତାଙ୍କୁ ଅଧିକ କ୍ରୋଧାନ୍ବିତ କରିଥିଲା। ତେଣୁ ହାତରେ ବନ୍ଧୁକ ଧରି ସେ ଚାଲିଲା ପ୍ରେମିକା ଘରକୁ। ପଚାରିଲା- କାହିଁକି ମୋ ସହ କଥା ହେଉନୁ ? କିଛି ଉତ୍ତର ଦେଲାନି ପ୍ରେମିକା। ତାପରେ ଗୋଟେ ଦେଶୀ ବନ୍ଧୁକରୁ ପରିବାର ଲୋକଙ୍କ ଆଗରେ ପ୍ରେମିକା ଉପରକୁ ଗୁଳି ଚଳାଇଦେଲା ପ୍ରଦୀପ। ଗୁଳିମାଡ଼ ପରେ ତଳେ ପଡ଼ିଯାଇଥିଲେ ଯୁବତୀ।

Advertisment

ଧାଇଁ ଆସିଲେ ଗାଁଲୋକେ। ଯୁବତୀଙ୍କୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ମୋଦିନଗର ହସ୍ପିଟାଲରେ ଭର୍ତ୍ତୀ କଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ମୀରଟ ସ୍ଥାନାନ୍ତର କରାଯାଇଛି। ଡାକ୍ତର କହିଛନ୍ତି ଯୁବତୀଙ୍କ କାନପାଖ ଖପୁରି ଉଡ଼ିଯାଇଛି।  ଏବେ ଆଇସିୟୁ ଭିତରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ଯୁବତୀ। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ମୋଦିନଗର ଏସିପି ଅମିତ୍ ସାକ୍ସେନା କହିଛନ୍ତି ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ୨୮ ବର୍ଷୀୟା ପ୍ରଦୀପ ଯୁବତୀଙ୍କ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିଛି। ଏମିତିକି ପ୍ରେମିକା ଘରେ ପ୍ରଦୀପ ଏସି ବି ଲଗେଇଛି। ଏସି ପାଇଁ ପ୍ରତିମାସରେ ଇଏମଆଇ ବି ଦେଉଛି।

ଏପଟେ କିନ୍ତୁ ଯୁବତୀଙ୍କ ବାହାଘର ଅନ୍ୟ ସ୍ଥାନରେ କରିଦେବାକୁ ଘରଲୋକ ପ୍ରସ୍ତୁତ ହେଉଥିବା ଜାଣି ସେ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛି। ପ୍ରେମିକାକୁ ଗୁଳିମାରି ଫେରାର ଥିବା ପ୍ରେମିକ ପ୍ରଦୀପକୁ ଖୋଜୁଛି ପୋଲିସ। କୁହାଯାଏ ପ୍ରେମ ଶାଶ୍ବତ, ପ୍ରେମ ସତ୍ୟ। ହେଲେ ସେଇ ପ୍ରେମ ବି ବେଳେବେଳେ ସାଜେ ଭାରି ସାଂଘାତିକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ