Advertisment

Youtuber Murder Case: ୟୁଟ୍ୟୁବର ହତ୍ୟା; ସାଙ୍ଗଙ୍କ ମୁହଁରେ କଳା ରାତିର କାହାଣୀ, ଗୋଟି ଗୋଟି କରି ସବୁ ବଖାଣିଲେ, ରହୁନି ତାଳମେଳ

ୟୁଟ୍ୟୁବର ରାହୁଲ ମହାରଣା ଙ୍କୁ ହତ୍ୟା ଘଟଣାରେ କଳା ରାତିର କାହାଣୀ ବଖାଣିଲେ ରାହୁଲଙ୍କ ୩ ସାଙ୍ଗ। ସିବା, ବବୁଲୁ ଓ ସଚ୍ଚିନ କହିଲେ ଘଟଣା ପଛର କାହାଣୀ।

Youtuber Murder Case

Youtuber Murder Case Photograph: (OTV)

Advertisment

ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ହତ୍ୟା ଘଟଣା। କଳା ରାତିର କାହାଣୀ ବଖାଣିଲେ ରାହୁଲଙ୍କ ୩ ସାଙ୍ଗ। ଶିବା, ବବୁଲୁ ଓ ସଚୀନ ଘଟଣା ହତ୍ୟାକାଣ୍ଡ ପଛର କାରଣ କହିଛନ୍ତି। କେମିତି ଯୁକ୍ତିତର୍କ ହେଲା, କେମିତ ଯୁକ୍ତିତର୍କ ଗଣ୍ଡଗୋଳର ରୂପ ନେଲା ଓ ତାପରେ ମେତିକି ଅଭିଯୁକ୍ତ ରାହୁଲଙ୍କୁ ଛୁରୀ ଭୁସି ହତ୍ୟା କଲେ ଗୋଟି ଗୋଟି କରି ବଖାଣିଛନ୍ତି। 

Advertisment

ଫେବ୍ରୁଆରୀ ୨୮ ତାରିଖ ରାତିରେ ଜିଜିପି କଲୋନୀ ହାଇସ୍କୁଲ ପଡିଆ ଭିତରେ ରାହୁଲ ଏବଂ ତାଙ୍କ ୩ ସାଙ୍ଗ ବସି ଖଟି କରୁଥିଲେ। ଆଉ  କିଛି ଦୂରରେ ଆଉ ୩ ଜଣ ବସି ନିଶା ସେବନ କରୁଥିଲେ। ଏହି ସମୟରେ ରାହୁଲଙ୍କ ସାଙ୍ଗ ଫୋନରେ କଥା ହୋଇ କାହାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ। 

ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିରୁ ପାଟିତୁଣ୍ଡ ହୋଇଥିଲା। ଆଉ ହଠାତ୍ ଆର ଗୋଷ୍ଠୀର ଜଣେ ଯୁବକ ରାହୁଲଙ୍କୁ ଛୁରୀ ଭୁଶି ଦେଇଥିଲେ। ଗୁରୁତର ଅବସ୍ଥାରେ ରାହୁଲଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି।

Advertisment

bhubaneswar youtuber murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ