Advertisment

President Rejects Mercy Plea: ଫାଶୀ ଖୁଣ୍ଟରେ ଝୁଲିବ ନାବାଳିକା ଦୁଷ୍କର୍ମୀ, ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ପ୍ରତ୍ୟାଖ୍ୟାନ

ଫାଶୀ ଖୁଣ୍ଟରେ ଝୁଲିବ ନାବାଳିକା ଦୁଷ୍କର୍ମୀ। ଯୌନ ରାକ୍ଷସ ପାଇଁ ଭିଡ଼ାଯିବ ଫାଶୀ ଦଉଡ଼ି। ମୃତ୍ୟୁ ଦଣ୍ଡ ପାଇଁ ରାଷ୍ଟ୍ରପତି ଦେଲେ ସ୍ବୀକୃତି। ଦୋଷୀର ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ।

President Rejects Mercy Plea

President Rejects Mercy Plea Photograph: (OTV)

Advertisment

ଫାଶୀ ଖୁଣ୍ଟରେ ଝୁଲିବ ନାବାଳିକା ଦୁଷ୍କର୍ମୀ । ଯୌନ ରାକ୍ଷାସ ପାଇଁ ଭିଡ଼ାଯିବ ଫାଶୀ ଦଉଡ଼ି । ମୃତ୍ୟୁ ଦଣ୍ଡ ପାଇଁ ରାଷ୍ଟ୍ରପତି ଦେଲେ ସ୍ବୀକୃତି । ଦୋଷୀର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ପ୍ରତ୍ୟାଖ୍ୟାନ । ୨୦୧୨ ମସିହାରେ ମହାରାଷ୍ଟ୍ରରେ ଜଣେ ୨ ବର୍ଷର ଶିଶୁ କନ୍ୟାକୁ ଅପହରଣ କରାଯାଇ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ରବି ଅଶୋକ ଘୁମାରେଙ୍କ ନାମକ ଜଣେ ବ୍ୟକ୍ତି ଏହି କାଣ୍ଡ ଘଟାଇଥିଲା । ଏହି ମାମଲାର ଶୁଣାଣି ହେବା ପରେ ସୁପ୍ରିମକୋର୍ଟ ୨୦୧୯ ଅକ୍ଟୋବର ୩ରେ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଯାହାକୁ ନେଇ ରବି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । କିନ୍ତୁ ମହାମହିମ ରାଷ୍ଟ୍ରପତି ଏହି ଆବେଦନକୁ ଖାରଜ କରିଛନ୍ତି । 

Advertisment

୨୦୨୨ ଜୁଲାଇ ୨୫ରେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ଏହା ତାଙ୍କର ତୃତୀୟ କ୍ଷମା ଆବେଦନ ଖାରଜ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠରେ ଏହି ରାୟ ଶୁଣାଇଥିଲେ । ମହାରାଷ୍ଟ୍ରର ଜାଲନା ସହରର ଇନ୍ଦିରାନଗର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ୨୦୧୨ ମାର୍ଚ୍ଚ ୬ ତାରିଖରେ ଦୋଷୀ ରବି ଅଶୋକ ଘୁମାରେ ପୀଡିତାଙ୍କୁ ଚକୋଲେଟ୍ ଦେଇ ପ୍ରଲୋଭିତ କରିଥିଲା । ପରେ ତାଙ୍କୁ ଅପହରଣ କରି ୪ରୁ ୫ ଘଣ୍ଟା ଯାଏଁ ଶିଶୁ କନ୍ୟାଟି ସହ ଦୁଷ୍କର୍ମ କରିଥିଲା । ପରେ ତା’କୁ ହତ୍ୟା କରି ପୋତି ଦେଇଥିବା ଜଣାପଡ଼ିଥିଲା । 

ପୂର୍ବରୁ ଟ୍ରାଇଲ କୋର୍ଟ ରବି ଅଶୋକ ଘୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେପ୍ଟେମ୍ବର ୧୬, ୨୦୨୫ରେ ତାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ମାମଲା ବମ୍ବେ ହାଇକୋର୍ଟକୁ ଆସିଥିଲା । ବମ୍ବେ ହାଇକୋର୍ଟ ମଧ୍ୟ ଜାନୁଆରୀ ୨୦୧୬ରେ ତାଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ପରେ ରବି ସୁପ୍ରିମକୋର୍ଟ ଯାଇଥିଲେ ଏବଂ ସୁପ୍ରିମକୋର୍ଟ ବି ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ । ଶେଷରେ ବଞ୍ଚିବାର ଶେଷ ଚେଷ୍ଟା ସ୍ବରୂପ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା ଦୋଷୀ । ହେଲେ ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଷ୍ଟ୍ରପତିଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ ପରେ ଏବେ ସମସ୍ତଙ୍କ ନଜର କେଉଁ ଦିନ ଜହ୍ଲାଦ ରବି ଫାଶୀ ଖୁଣ୍ଟରେ ଝୁଲିବ ।

Advertisment
President Mercy Plea Rejected Rape Accused
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ