Advertisment

Rape Before Wedding: ନିର୍ବନ୍ଧ ପରେ ଦୁଷ୍କର୍ମ, ଭାବୀ ସ୍ୱାମୀର ଜଘନ୍ୟ କାଣ୍ଡ...କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ନିର୍ବନ୍ଧ ହେବା ପରେ ଯୁବତୀଙ୍କୁ ଭେଟିବା ପାଇଁ ଡାକିଲା । ଏକ ଫ୍ଲାଟକୁ ନେଇ ବିବାହ ପୂର୍ବରୁ ଦୁଷ୍କର୍ମ କଲା । ପରେ କୋଟିଏ ଟଙ୍କାର ଯୌତୁକ ମାଗି ବାହାଘର ଭାଙ୍ଗିଦେଲା। ପୋଲିସ କରୁଛି ତଦନ୍ତ ।

ଅଦ୍ୟତନ ହୋଇଛି
rape allegation

rape allegation Photograph: (OTV)

Advertisment

ନିର୍ବନ୍ଧ ହେବା ପରେ ଭାବୀ ସ୍ୱାମୀ ଦ୍ୱାରା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ଏହି ପୁଅ କୋଟିଏରୁ ଅଧିକ ଟଙ୍କା ଯୌତୁକ ମାଗିଥିଲା । ଏତେ ପରିମାଣର ଯୌତୁକ ଦେବାକୁ ଝିଅ ଘର ମନା କରିବାରୁ ବିବାହ ଭାଙ୍ଗି ଦେଇଥିଲା ।  

Advertisment

ଯୁବତୀଜଣକ ପୋଲିସ୍ କମିଶନରଙ୍କୁ ଦେଇଥିବା ଅଭିଯୋଗପତ୍ରରେ ସବୁ କଥା ଉଲ୍ଲେଖ କରିଛନ୍ତି।  ପରେ ପୋଲିସ୍ ଏହି ଯୁବକ ବିରୋଧରେ ଦୁଷ୍କର୍ମର ମାମଲା ରୁଜୁ କରି କରି ଘଟଣାର ଯାଞ୍ଚ କରିଛି। ଗାଜିଆବାଦ ନଗର କୋଠାଲି ଅଞ୍ଚଳରେ ରହୁଥିବା ଏହି ଯୁବତୀଙ୍କ କହିବା କଥା ହେଉଛି ଯେ ତାଙ୍କର ସାହିବାବାଦର କରହେଡ଼ା କଲୋନୀରେ ରହୁଥିବା ଅଙ୍କୁର ଚୌହାଣଙ୍କ ସହିତ ନିର୍ବନ୍ଧ ହୋଇଥିଲା। ଦୁଇ ପରିବାର ମଧ୍ୟରେ ଆଲୋଚନା ପରେ ଯୌତୁକର ରାଶି ପ୍ରାୟ ୬୦ ଲକ୍ଷ ଟଙ୍କା ନିର୍ଦ୍ଧାରଣ ହୋଇଥିଲା। ଯୁବତୀଙ୍କ କହିବା ଅନୁସାରେ, ତାଙ୍କ ବାପା ବିବାହରେ ବରକୁ ଦେବା ପାଇଁ ଏକ ମହଙ୍ଗା କାର୍ ବୁକ୍ କରିଦେଇଥିଲେ।

ଅଭିଯୋଗ ହୋଇଛି ଯେ ଗତ ୨୪ ତାରିଖରେ ପୁଅର କେତେଜଣ ସଂପର୍କୀୟ ତାଙ୍କ ବାପାଙ୍କୁ ଫୋନ୍ କରି ମୋହନନଗର ସ୍ଥିତ ଏକ ମଲରେ ଭେଟିବା ପାଇଁ ଡାକିଥିଲେ। ସେ ନିଜ ମାତା-ପିତା ଏବଂ ଅନ୍ୟ ପରିଜନଙ୍କ ସହିତ ମଲରେ ପହଞ୍ଚିଗଲେ। ସେଠାରେ ଅଙ୍କୁର ଓ ତାଙ୍କ ସଂପର୍କୀୟମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ସାମ୍ନାରେ ଅଙ୍କୁର ବିବାହ କରିବାକୁ ମନା କରିଦେଇଥିଲା। ଯୁବତୀଙ୍କ ଘର ଲୋକ ବିବାହ ଭାଙ୍ଗିବାର କାରଣ ପଚାରିଥିଲେ । ତେବେ ସମସ୍ତେ କହିଥିଲେ ଯେ ଏ ବିଷୟରେ ଅଙ୍କୁର ହିଁ କହିବେ। ଏହା ପରେ ଅଙ୍କୁର କହିଥିଲେ ଯେ ଝିଅଘର ଲୋକମାନେ ସେମାନଙ୍କ ଦ୍ୱାରା ଦାବି କରାଯାଇଥିବା ଯୌତୁକ ପୂରଣ କରୁନାହାନ୍ତି।

Advertisment

ଏହି କାରଣରୁ ସେ ବିବାହ କରିପାରିବେ ନାହିଁ । ୨୩ ଦିନ ପୂର୍ବେ ହିଁ ଫ୍ଲାଟକୁ ନେଇ ଏହି ଭାବୀ ସ୍ୱାମୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି । ଯୁବତୀଜଣକ କହିଛନ୍ତି ଯେ ବିବାହ ଭାଙ୍ଗିବା ପୂର୍ବରୁ ହିଁ ଅଙ୍କୁର ତାଙ୍କ ସହିତ ଦୁଷ୍କର୍ମ କରିଛି।  ଅକ୍ଟୋବର ୧ତାରିଖରେ ସେ ତାଙ୍କୁ ନୋଏଡ଼ା ସେକ୍ଟର-୭୦ ସ୍ଥିତ ଏକ ଫ୍ଲାଟକୁ ନେଇଯାଇଥିଲା । ବିବାହ କରିବାର କଥା କହି ତାଙ୍କ ସହିତ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା।

ଯୁବତୀଜଣକ ଏହା ମଧ୍ୟ କହିଛନ୍ତି ଯେ ସେ ଏହି କଥା ନିଜ ସଂପର୍କୀୟଙ୍କୁ କହିନାହାନ୍ତି କାରଣ କିଛି ଦିନ ମଧ୍ୟରେ ଦୁଇଜଣଙ୍କର ବିବାହ ହେବାର ଥିଲା । କିନ୍ତୁ ପୁଅ ଅଚାନକ କୋଟିଏରୁ ଅଧିକ ଟଙ୍କାର ଯୌତୁକ ଦାବି କରି ବିବାହ ଭାଙ୍ଗି ଦେଇଛି । କିନ୍ତୁ ୬୦ ଲକ୍ଷ ଟଙ୍କାର ଯୌତୁକ ଛିଣ୍ଡିଥିଲା ।

Advertisment
Before Wedding Rape Allegation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ