Human Sagar Death Case Photograph: (OTV)
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଖୋଳତାଡ଼ ଆରମ୍ଭ କଲା ପୋଲିସ । ମାଆଙ୍କ ଏତଲା ଆଧାରରେ କମିଶନରେଟ ପୋଲିସ ଆରମ୍ଭ କରିଛି ତନାଘନା । କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି ଏତଲାରେ ଯେଉଁ ମାନଙ୍କ ନାଁ ରହିଛି ସେମାନଙ୍କୁ ନୋଟିସ କରାଯିବ । ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳୀ ସୁନା ୨ ଦିନ ତଳେ ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ତଦନ୍ତ ହେବ ଓ ବିଭିନ୍ନ ଦଫାରେ ମାମଲା ରୁଜୁ ହେବ ବୋଲି କଟକ ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେଉଁମାନଙ୍କ ନାଁ ଏତଲାରେ ଅଛି ସେମାନଙ୍କୁ ନୋଟିସ୍ କରି ଡକାଯିବ। ମାମଲାର ବ୍ୟାପକ ତଦନ୍ତ କରାଯିବ କହିଲେ ADCP।
ହ୍ୟୁମାନଙ୍କ ମୃତ୍ୟୁ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯାହାର ବି ସଂପୃକ୍ତି ଅଛି-ସେମାନଙ୍କୁ ଠାବ କରାଯାଇ କଠୋର ଦଣ୍ଡ ଦେବାକୁ ବି ନିବେଦନ କରିଛନ୍ତି ମାଆ ଶେଫାଳି। ଏମିତିକି ପୂର୍ବରୁ ତାଙ୍କ ବୋହୁ ଶ୍ରେୟା ମିଶ୍ର ଆଣିଥିବା ସମସ୍ତ ଆରୋପ ଆଧାରହୀନ ବୋଲି ସେ ଦର୍ଶାଇବା ସହ ତାହା ତାଙ୍କ ପୁଅକୁ ମାନସିକ, ସାମାଜିକ ସ୍ତରରେ ଗଭୀର ଆଘାତ ପହଞ୍ଚାଇଥିଲା ବୋଲି ଦର୍ଶାଇଛନ୍ତି। ସେହିପରି ଗାୟିକା ଅର୍ପିତା ଚୌଧୁରୀଙ୍କ ଆୟ ଉତ୍ସ ସହ ସ୍ଥାବର ଓ ଅସ୍ଥାବର ସଂପତ୍ତିର ଖୋଳତାଡ଼ ସାଙ୍ଗକୁ ତାଙ୍କ ଲିଙ୍କ୍ ରେ ଥିବା ସୋମେଶ ଶତପଥୀଙ୍କ ସଂପତ୍ତିର ବି ଯାଞ୍ଚ ଦାବି କରିଛନ୍ତି ସେଫାଳି।
ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତ ନଭେମ୍ବର ୧୭ରେ ଆଖି ବୁଜିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ଗୁରୁତର ସ୍ବାସ୍ଥାବସ୍ଥାକୁ ନେଇ ଆଜି ଯାଏଁ ସସେପନସ୍ ଲାଗି ରହିଛି, ସତ ସାମ୍ନାକୁ ଆଣିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ହ୍ୟୁମାନଙ୍କ ଫ୍ୟାନ୍ ଓ ସଂଗଠନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଦୀର୍ଘ ୧ ମାସ ପରେ ମାଆ ଶେଫାଳିଙ୍କ ଏତଲା ହ୍ୟୁମାନ ମୃତ୍ୟୁ ରହସ୍ୟ ଉନ୍ମୋଚନକୁ ବଳ ଯୋଗାଇବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି ଏତଲା କପିର ନକଲ ପଠାଇଛନ୍ତି ଶେଫାଳି ସୁନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/23/human-sagar-death-case-2025-12-23-14-18-53.jpg)