Crime Photograph: (OTV)
ଶୁକ୍ରବାର ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିଆଳିଝରଣ ଗାଁରେ ଘଟିଥିବା ଟ୍ରିପଲ୍ ମର୍ଡର ଘଟଣାର ତନାଘନା ଚଳାଇଛି ପୋଲିସ। ଆଜି ପୋଲିସ୍ ପକ୍ଷରୁ ଘଟଣାସ୍ଥଳରେ ସିନ ରିକ୍ରିଏସନ୍ କରାଯିବା ର ସମ୍ଭାବନା ରହିଛି। ଏହି ଘଟଣାରେ ଘଷିପୁରା ପୋଲିସ ମୃତ ଜିତେନ୍ଦ୍ରଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ଣଣକୁ ଗିରଫ କରିଥିବାବେଳେ ସମ୍ପକୀୟ ଅନ୍ୟ ଦୁଇ ବାପ-ପୁଅ ବୈଦନାଥ ସୋରେନ୍ ଓ ସୁଦାମ ସୋରେନ୍ କୁ ଅଟକ ରଖି ପଚରାଉଚରା ଚଳାଇଛି ।
ଗତକାଲି ସକାଳେ କେନ୍ଦୁଝରରୁ ଫୋରେନସିକ୍ ଟିମ୍ ଘଟଣା ସ୍ଥଳରେ ପହ ଞ୍ଚି ତଦନ୍ତ କରି ହତ୍ୟାକାଣ୍ଡ ସ୍ଥଳରୁ ତଥ୍ୟ ସଂଗ୍ରହ କରିଛି । ତଦନ୍ତ ପରେ ଘଷିପୁରା ପୋଲିସ୍ ମୃତଦେହ ଗୁଡକ ଉଦ୍ଦାର କରି ଆନନ୍ଦପୁର ଡାକ୍ତରଖାନାକୁ ବ୍ୟବଛେଦ କରିବା ପରେ ଶବ ଗୁଡ଼ିକୁ ସତ୍କାର କରାଯାଇଛି।
ଆଜି ହେବ ସିନ୍ ରିକ୍ରିଏସନ୍ !
କେନ୍ଦୁଝର ଆନନ୍ଦପୁରରେ ଟ୍ରିପଲ ମର୍ଡର ଘଟଣାର ତନାଘନା ତଦନ୍ତ
ଆଜି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ହୋଇପାରେ ସିନ ରିକ୍ରିଏସନ୍
ମୃତ ଜିତେନ୍ଦ୍ରଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ଣଣକୁ ଗିରଫ କରିଛି ଘଷିପୁରା ପୋଲିସ
ସମ୍ପକୀୟ ବାପ-ପୁଅକୁ ଅଟକ ରଖି ପଚାରା ଉଚାରା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/crime-2026-01-27-12-04-46.jpg)