Advertisment

Peace Returns to Malkangiri: ସ୍ବାଭାବିକ ହେଉଛି ମାଲକାନଗିରି, ମୃତ ମହିଳାଙ୍କର କରାଗଲା ଅନ୍ତିମ ସତ୍କାର

ଏମ୍ ଭି-୨୬ ଓ ରାଖେଲଗୁଡ଼ାକୁ ଫେରୁଛି ଶାନ୍ତି। ଦୁଇ ଗାଁ ମଧ୍ୟରେ ଶାନ୍ତି ପାଇଁ ସହମତି। ସଫଳ ହେଲା ଶାନ୍ତି କମିଟି ବୈଠକ। ଗତ ୨୪ ଘଣ୍ଟାରେ ଗାଁରେ ଆଉ କୌଣସି ଅପ୍ରୀତିକର ସ୍ଥିତି ଉପୁଜିନି।

Malkangiri

Malkangiri Photograph: (OTV)

Advertisment

ସ୍ବାଭାବିକ ହେଉଛି ମାଲକାନଗିରିର ଏମ୍ ଭି-୨୬ ଓ ରାଖେଲଗୁଡ଼ା। ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗାଁର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତଙ୍କର ଦାବି ଶୁଣିଥିଲେ ଜିଲ୍ଲାପାଳ। 

Advertisment

ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ଶାନ୍ତି ଫେରାଇବାକୁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି। ବିଗତ ୨୪ ଘଣ୍ଟାରେ ଗାଁରେ ଆଉ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଉପୁଜିନାହିଁ। ପୋଲିସ-ପ୍ରଶାସନ ଉପସ୍ଥିତିରେ ୫ ଦିନ ପରେ ମୃତ ମହିଳାଙ୍କ ହେଲା ଅନ୍ତିମ ସତ୍କାର କରାଯାଇଛି। ବିଏନଏସ ୧୬୩ ଲାଗୁ ରହିଥିବାବେଳେ ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

•    ସ୍ବାଭାବିକ ହେଉଛି ମାଲକାନଗିରି
•    ଏମ୍ ଭି-୨୬ ଓ ରାଖେଲଗୁଡ଼ାକୁ ଫେରୁଛି ଶାନ୍ତି
•    ଦୁଇ ଗାଁ ମଧ୍ୟରେ ଶାନ୍ତି ପାଇଁ ସହମତି
•    ସଫଳ ହେଲା ଶାନ୍ତି କମିଟି ବୈଠକ
•    ଗତ ୨୪ ଘଣ୍ଟାରେ ଗାଁରେ ଆଉ କୌଣସି ଅପ୍ରୀତିକର ସ୍ଥିତି ଉପୁଜିନି
•    ମୃତ ମହିଳାଙ୍କର କରାଗଲା ଅନ୍ତିମ ସତ୍କାର
•    ସ୍ଥିତି ଉପରେ ନଜର ରଖାଯାଇଥିବା କହିଲେ ଜିଲ୍ଲାପାଳ

Advertisment
Malkangiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ