Advertisment

Woman Dies By Suicide: ସ୍ବାମୀ ମାଙ୍କେଡି କହିଲା ବୋଲି ଜୀବନ ହାରିଲା ମଡେଲ୍ ସ୍ତ୍ରୀ

୨୮ ବର୍ଷୀୟ ମଡେଲ ତନ୍ନୁ ସିଂହ ତାଙ୍କ ସ୍ୱାମୀ ରାହୁଲ ସିଂହଙ୍କ ଠାରୁ ମଜାଳିଆ କଥା ଶୁଣି ନିଜ ଦୁପଟାରେ ସିଲିଂ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

Suicide

Suicide Photograph: (OTV)

Advertisment

ସ୍ତ୍ରୀ ସହିପାରିଲାନି ସ୍ବାମୀର ମଜାଳିଆ ଆକ୍ଷେପ। ସ୍ବାମୀ ମଜାରେ ସ୍ତ୍ରୀକୁ ମାଙ୍କେଡି କହି ଦେଇଥିଲା। କିନ୍ତୁ ଏ ମଜା ସହି ନପାରି ସ୍ତ୍ରୀ ଆତ୍ମହତ୍ୟା କଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ, ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୮ ବର୍ଷୀୟ ମଡେଲ ତନ୍ନୁ ସିଂହ ତାଙ୍କ ସ୍ୱାମୀ ରାହୁଲ ସିଂହଙ୍କ ଠାରୁ ମଜାଳିଆ କଥା ଶୁଣି ନିଜ ଦୁପଟାରେ ସିଲିଂ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ପରିବାର କହିଛନ୍ତି ଯେ ରାହୁଲ ମଜାରେ ତନ୍ନୁଙ୍କୁ "ମାଙ୍କେଡି" ବୋଲି କହିଥିଲେ। ପୋଲିସ ପୋଷ୍ଟମର୍ଟମ କରି ମୃତଦେହ ପରିବାରକୁ ହସ୍ତାନ୍ତର କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ ହୋଇନାହିଁ।

Advertisment

ପରିବାର ସଦସ୍ୟଙ୍କ କହିବାନୁଯାୟୀ, ତନ୍ନୁ ସିଂହ ତାଙ୍କ ସ୍ୱାମୀ ରାହୁଲଙ୍କ ସହିତ ଇନ୍ଦିରାନଗର ସେକ୍ଟର ୧୪ରେ ଏକ ଫ୍ଲାଟରେ ରହୁଥିଲେ। ବୁଧବାର ଦିନ, ସମଗ୍ର ପରିବାର ସୀତାପୁର ଜିଲ୍ଲାରେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ପରେ, ସମସ୍ତେ ଖୁସିରେ ଘରେ ଥିଲେ। ଏହି ସମୟରେ, ରାହୁଲ ପରିବାର ଲୋକଙ୍କ ସାମନାରେ ତନ୍ନୁଙ୍କୁ ମାଙ୍କେଡି ବୋଲି ଡାକି ଚିଡ଼େଇ ଦେଇଥିଲେ। ଏଥିରେ ତନ୍ନୁ ଏତେ କ୍ଷୁବ୍ଧ ହୋଇଥିଲେ ଯେ ସେ ତୁରନ୍ତ ନିଜର ଅସନ୍ତୋଷ ପ୍ରକାଶ କରି ତାଙ୍କ ରୁମକୁ ଚାଲିଯାଇଥିଲେ।

ପରିବାର ଲୋକ ଭାବିଥିଲେ ଯେ କିଛି ସମୟ ମଧ୍ୟରେ ତନ୍ନୁଙ୍କ ରାଗ କମିଯିବ ଏବଂ ସବୁକିଛି ସ୍ୱାଭାବିକ ହୋଇଯିବ। କିନ୍ତୁ ପ୍ରାୟ ଗୋଟିଏ ଘଣ୍ଟା ପରେ, ଯେତେବେଳେ ତନ୍ନୁଙ୍କୁ ରାତ୍ରୀଭୋଜନ ପାଇଁ ଡକାଗଲା, ସେ କୌଣସି ଉତ୍ତର ଦେଲେ ନାହିଁ। କବାଟ ଭାଙ୍ଗି ଦେଖନ୍ତି ତ ରୁମ୍ ଭିତରେ ତନୁଙ୍କ ମୃତଦେହ ପଙ୍ଖାରେ ଝୁଲୁଥିଲା। ଏହି ଘଟଣା ବିଷୟରେ ଖବର ପାଇ ଇନ୍ଦିରାନଗର ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। 

Advertisment

ତନୁଙ୍କ ସାନ ଭଉଣୀ ଅଞ୍ଜଳି ପୋଲିସକୁ କହିଛନ୍ତି ଯେ ମଡେଲିଂ ପ୍ରତି ତନୁଙ୍କର ଆଗ୍ରହ ଥିଲା। ସେ ଅନେକ ଫ୍ୟାଶନ୍ ଶୋ, ପ୍ରିଣ୍ଟ ସୁଟ୍ସରେ ଭାଗ କରିଥିଲେ ଏବଂ ସୋସିଆଲ ମିଡିଆରେ ସକ୍ରିୟ ଥିଲେ। ପରିବାର ସିଧାସଳଖ ରାହୁଲଙ୍କୁ ଦୋଷ ଦେଇ ନଥିଲେ, କିନ୍ତୁ ଏହି ମଜା ତନୁଙ୍କ ହୃଦୟରେ ଗଭୀର ଆଘାତ ଦେଇଥିଲା।

Suicide Woman Dies By Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ