Odisha Police crack down Photograph: (Odisha Police crack down)
ରାଜ୍ୟରେ ସ୍ୟାଣ୍ଡ ସ୍ମଗଲର ଓ ଗୋଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ। ଚୋରା ବାଲି, ମୋରମ, ମାଙ୍କଡା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ପୋଲିସ ଆକ୍ସନ ମୋଡକୁ ଆସିଛି। ଘନଘନ ରେଡ୍ ସହ ମାଫିଆଙ୍କ ଉପରେ ନିଆଯାଉଛି କଠୋର କାର୍ଯ୍ୟାନୁଷ୍ଠାନ। ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ ଗୋ ଚାଲାଣ ଉପରେ ରୋକ ଲଗାଇବାକୁ କିଛି ଦିନ ଧରି ପୋଲିସ ଚଳାଇଥିଲା 'ଅପରେସନ୍ ଧରପଗଡ଼' ଅଭିଯାନ।
ଏହି ଅଭିଯାନରେ ଏଯାଏଁ ବାଲି, ମୋରମ ଓ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ୧୩୪ ଟି ମାମଲା ରୁଜୁ ହୋଇଛି। ଜବତ ହୋଇଛି ୧୬୩ଟି ବାଲି ବୋଝେଇ ଗାଡ଼ି ଓ ୧୪ ଜଣଙ୍କୁ ଗିରଫ କରାଯାଇଛି। ୯୨ରୁ ଅଧିକ ଲୋକଙ୍କୁ ନୋଟିସ କରିଛି ପୋଲିସ। ସେହିପରି ବେଆଇନ ଗୋ-ଚାଲାଣ ଅଭିଯୋଗରେ ପୋଲିସ ୨୩ଟି ମାମଲା ରୁଜୁ ସହ ଗିରଫ ହୋଇଛନ୍ତି ୩୧ ଅଭିଯୁକ୍ତ। ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ଆଇନ ଶୃଙ୍ଖଳା ଏଡିଜିଙ୍କ ତତ୍ତ୍ବାବଧାନରେ ସବୁ ଏସପି ଆରମ୍ଭ କରିଥିଲେ 'ଅପରେସନ୍ ଧରପଗଡ' ଅଭିଯାନ।
• 'ଅପରେସନ୍ ଧରପଗଡ଼'
• ବାଲି ମାଫିଆ ଓ ଗୋରୁ ଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ
• ରୋକ ଲଗାଇବାକୁ ପୋଲିସ କରିଥିଲା 'ଅପରେସନ୍ ଧରପଗଡ଼'
• ବାଲି ଓ ପଥର ମାଫିଆଙ୍କ ବିରୋଧରେ ୧୩୪ ମାମଲା
• ୧୬୩ ବାଲି ବୋଝେଇ ଗାଡ଼ି ଜବତ, ୧୪ ଜଣ ଗିରଫ
• ୯୨ରୁ ଅଧିକ ଲୋକଙ୍କୁ ନୋଟିସ କରିଛି ପୋଲିସ
• ବେଆଇନ ଗୋ-ଚାଲାଣ ଅଭିଯୋଗରେ କଠୋର ଆକ୍ସନ
• ୨୩ଟି ମାମଲା ରୁଜୁ, ୩୧ ଅଭିଯୁକ୍ତ ଗିରଫ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/odisha-police-crack-down-2025-12-17-09-05-43.jpg)