Group Clash Photograph: (OTV)
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ବଚସାରେ ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଛନ୍ତି। ଜଣକୁ ଥାନାରେ ଅଟକ ରଖାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ୮ ନମ୍ବର ୱାର୍ଡର ପୋଖରୀ ନିକଟରେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ତେବେ ଛୁରା ମାଡ଼ ହୋଇଥିବାରୁ ବିନିକା ନୂଆପଡାର ଶମ୍ଭୁ ମେହେର (୩୦) ଏବଂ ୮ ନମ୍ବର ୱାର୍ଡ ଭୀମଭୋଇ ନଗରର ଅମିତ ଭରାସାଗର (୧୮) ଓ ଟୁନୁ ରନବିଡ଼ା (୧୮) ଗୁରୁତର ଆହତ ହୋଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ।
ହେଲେ ଶମ୍ଭୁଙ୍କ ବେକ ଓ ପେଟରେ ଚୁରାମାଡ଼ ହୋଇ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଟୁନୁ ଓ ଅମିତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଏପଟେ ଖବର ପାଇ ବିନିକା ପୋଲିସ ପହଞ୍ଚି ମେଡିକାଲରେ ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। କେଉଁ କାରଣରୁ ଛୁରା ମାଡ଼ ହୋଇଛି ତାହା କାରଣ ଅସ୍ପଷ୍ଟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/11/group-clash-2026-02-11-09-36-24.jpg)