Bargarh Group Clash Photograph: (OTV)
ବରଗଡ଼ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଦୁଇ ଆହତ। ବରଗଡ ହାଟପଦା ସାଇ ମନ୍ଦିର ପାଖରେ ୨ ଗୋଷ୍ଠୀ ମଧ୍ୟରେ ଗତକାଲି ସଂଘର୍ଷ ଘଟିଥିଲା। ଏଥିରେ ଗୁରୁତର ହୋଇ ଚିକିତ୍ସା ହେଉଥିବା ଜଣଙ୍କର ମୃତ୍ୟୁ ହୋଇଛି।
ମୃତକ ହେଉଛନ୍ତି କଲେଜ ରୋଡର ବାସିନ୍ଦା ପ୍ରଦୀପ ଲୁହା। ତାଙ୍କ ମୁଣ୍ଡ, ବେକ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କ ଦୁଇ ସାଙ୍ଗ ରିତିକ ଏବଂ ସୁରଜଙ୍କ ଆହତ ଅବସ୍ଥାରେ ଏବେ ଚିକିତ୍ସା ଚାଲିଛି। କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ତାହା ହିଂସାତ୍ମକ ରୂପ ନେଇଥିଲା।
ଭୁଜାଲିରେ ପ୍ରଦୀପ ଏବଂ ତାଙ୍କ ଦୁଇ ସାଙ୍ଗଙ୍କୁ ଆକ୍ରମଣ କରାଯାଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଟାଉନ ଥାନା ପୋଲିସ ତଦନ୍ତ କରୁଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଭୁଜାଲି ଆକ୍ରମଣ ହେଲା, ଘଟଣାରେ କିଏ କିଏ ସଂପୃକ୍ତ ଅଛନ୍ତି ତାକୁ ନେଇ ଚାଲିଛି ତଦନ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/bargarh-group-clash-2026-02-06-09-49-22.jpg)