Advertisment

Sexual Assault: ପୁଣି ଚାଞ୍ଚଲ୍ୟ: ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

ଭୁବନେଶ୍ବରର ମହିଳାଙ୍କ ସହ ହାଇଦ୍ରାବାଦରେ ଜଘନ୍ୟ କାଣ୍ଡ! ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ହାଇଦ୍ରାବାଦରେ ସ୍ବାମୀ ଓ ପୁଅଙ୍କ ସହ ରହୁଥିଲେ ମହିଳା।

Raped And Killed

Raped And Killed Photograph: (OTV)

Advertisment

ପଶ୍ଚିମବଙ୍ଗ ପରେ ତେଲେଙ୍ଗାନାରୁ ଆସିଲା ଚାଞ୍ଚଲ୍ୟକର ଘଟଣା। ଓଡ଼ିଶାର ମହିଳାଙ୍କୁ ହାଇଦ୍ରାବାଦରେ ଦୁଷ୍କର୍ମ (Sexual Assault) ପରେ ହତ୍ୟା ଅଭିଯୋଗ ଆସିଛି। ହାଇଦ୍ରାବାଦର ପେଟବସିରାବାଦ୍ କୋମପାଲି ଅଞ୍ଚଳରୁ ଆସିଛି ଏହି ସାଂଘାତିକ ଅଭିଯୋଗ। 
ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବର ଭରତପୁର ଅଞ୍ଚଳରେ ରହୁଥିବା ଯୁବତୀ ଖୋର୍ଦ୍ଧା ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀ ଓ ୪ ବର୍ଷର ପୁଅ ସହ କୋମପାଲି ଅଞ୍ଚଳରେ ରହୁଥିଲେ। ସ୍ବାମୀ ଏକ କମ୍ପାନୀରେ ଇଲେକ୍ଟ୍ରୋନିକ ରକ୍ଷଣାବେକ୍ଷଣା ବିଭାଗରେ କାମ କରୁଥିଲେ। ୬ ମାସ ପୂର୍ବେ ପତ୍ନୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ। ପତ୍ନୀ ସେଇ କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ପଢ଼ାଇବା ସହ କମ୍ପାନୀ ପରିସରରେ ଥିବା କ୍ୱାଟରରେ ପୁରା ପରିବାର ରହୁଥିଲା। 
କିଛି ଦିନ ତଳେ ସ୍ୱାମୀଙ୍କର ଦୁବାଇର ଏକ କମ୍ପାନୀରେ ଚାକିରି ହୋଇଥିଲା। ହେଲେ ପାସପୋର୍ଟରେ ତ୍ରୁଟି ଥିବାରୁ ଏହାକୁ ସୁଧାରିବାକୁ ଗତ ଶନିବାର ଭୁବନେଶ୍ବର ଆସିଥିଲେ। ହେଲେ ଗତକାଲି ରାତିରେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ କରି ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ। ସ୍ୱାମୀ ଅନ୍ୟ କୌଣସି ଉପାୟ ନପାଇ ଗତକାଲି ହାଇଦ୍ରାବାଦ୍ ଯାଇଥିଲେ। ସେଠାରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ସହ ଏଭଳି ହୋଇଥିବା ସେ ଜାଣିବାକୁ ପାଇଛନ୍ତି। 
ମୃତକଙ୍କ ପରିବାର ଲୋକେ ହାଇଦ୍ରାବାଦରେ ମାମଲା ରୁଜୁ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବି ନିବେଦନ କରିଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ସହ ଏଥିରେ କିଏ ସାମିଲ ତାକୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି। ହେଲେ ଏହି ଘଟଣାରେ କିଏ ସଂପୃକ୍ତ, କେମିତି ଏତେ ବଡ଼ ଘଟଣା ଘଟିଲା ତାକୁ ନେଇ ତଦନ୍ତ ଚାଲିଛି।

Advertisment
Sexual Assault
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ