Advertisment

Mystery shrouds death of Odia woman: ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ, ସ୍ବାମୀ ନଥିବା ବେଳେ କ୍ବାର୍ଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସ୍ବାମୀ ଓଡ଼ିଶାରେ ଥିବା ବେଳେ ସ୍ତ୍ରୀର ମରଶରୀର ଆପାର୍ଟମେଣ୍ଟରୁ ମିଳିବା ଅନେକ ପ୍ରଶ୍ନବାଚୀ ଠିଆ କରିଛି। ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ମାଆ। କହିଛନ୍ତି, ଜ୍ବାଇଁ କାମ କରୁଥିବା କମ୍ପାନୀର ଇନଚାର୍ଜ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି।

muder

muder Photograph: (OTV)

Advertisment

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ତାତି ଥମି ନଥିବା ବେଳେ ହାଇଦ୍ରାବାଦରୁ ସାମନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା। ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗକୁ ନେଇ ତନାଘନା। ସ୍ବାମୀ ନଥିବା ବେଳେ କମ୍ପାନୀ କ୍ବାର୍ଟର୍ସରୁ ଝୁଲନ୍ତା ମୃତଦେହ ମିଳିବା ଅନେକ ପ୍ରଶ୍ନବାଚୀ ଉଠିଛି। କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ? ହତ୍ୟା ନା ଆତ୍ମହତ୍ୟା ? ମହିଳାଙ୍କ ମୃତ୍ୟୁ ରହସ୍ୟ ଭିତରେ ସ୍ବାମୀ, କମ୍ପାନୀ କର୍ତ୍ତୃପକ୍ଷ ଆତ୍ମହତ୍ୟା କରିଛନ୍ତି ବୋଲି ଏତଲା ଦେବାକୁ ଚାପ ପକାଇଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ନାନା ସନ୍ଦେହ ଦେଖାଦେଇଛି। ... 
ହାଇଦ୍ରାବାଦରେ ଚାଞ୍ଚଲ୍ୟ । ଆପାର୍ଟମେଣ୍ଟରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ମର୍ଡର ! ଓଡ଼ିଶାର ମହିଳାଙ୍କୁ ହତ୍ୟା ଅଭିଯୋଗ ।
ସ୍ବାମୀ ନଥିବା ବେଳେ ଘରୁ ମିଳିଲା ଝୁଲନ୍ତା ମୃତଦେହ । ଜୀବନ ହାରିଲେ ନା କେହି ଜୀବନ ନେଇଗଲେ ? 

Advertisment

ହାଇଦ୍ରାବାଦରେ ଓଡ଼ିଶାର ଜଣେ ମହିଳାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ତନାଘନା। ସ୍ଥାନ- ହାଇଦ୍ରାବାଦ କୋମପାଲି। ସମୟ- ବୁଧବାର ରାତି ପ୍ରାୟ ସାଢ଼େ ୧୧ଟା। ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ମହିଳାଙ୍କ ମୃତଦେହ। ସ୍ବାମୀ ଓଡ଼ିଶାରେ ଥିବା ବେଳେ ସ୍ତ୍ରୀର ମରଶରୀର ଆପାର୍ଟମେଣ୍ଟରୁ ମିଳିବା ଅନେକ ପ୍ରଶ୍ନବାଚୀ ଠିଆ କରିଛି। ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ମାଆ। କହିଛନ୍ତି, ଜ୍ବାଇଁ କାମ କରୁଥିବା କମ୍ପାନୀର ଇନଚାର୍ଜ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି। ...

 ଭୁବନେଶ୍ବର ଭରତପୁରର ମହିଳା ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ବିବାହ କରିଥିଲେ। ହାଇଦ୍ରାବାର ଏକ କମ୍ପାନୀରେ ଇଲେକଟ୍ରିକ୍ ମେଣ୍ଟେନାନ୍ସ ବିଭାଗରେ କାମ କରୁଥିବା ସ୍ବାମୀଙ୍କ ପାଖରୁ ୬ ମାସ ପୂର୍ବେ ଯାଇଥିଲେ ପତ୍ନୀ ଓ ପୁଅ। କ୍ବାର୍ଟର୍ସରେ ରହିବା ସହ ପତ୍ନୀ କମ୍ପାନୀର ଲେବର କ୍ରେଚ ସେଣ୍ଟରରେ ଶିକ୍ଷୟିତ୍ରୀ ଭାବରେ କାମ କରୁଥିଲେ। ପାସପୋର୍ଟ ତ୍ରୁଟି ସୁଧାରିବାକୁ ଗତ ଶନିବାର ଓଡ଼ିଶା ଆସିଥିଲେ ସ୍ବାମୀ। ବୁଧବାର ରାତିରେ କମ୍ପାନୀ କର୍ମଚାରୀ ଫୋନ କରି ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ।

Advertisment

ଗତକାଲି ହାଇଦ୍ରାବାଦରେ ପହଞ୍ଚିବା ପରେ ସେ ଜାଣିଥିଲେ ସ୍ତ୍ରୀ ଆଉ ନାହାନ୍ତି। ସ୍ବାମୀ କମ୍ପାନୀ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି, ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ଏତଲା ଦେବାକୁ ଚାପ ପକାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ହସ୍ପିଟାଲ ଶବାଗାରରେ ଥିବା ମୃତଦେହକୁ ବି ଦେଖିବାକୁ ଦିଆଯାଉନି। ଗୋଟିଏ ପରେ ସ୍ବାମୀ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିବା ବେଳେ ବାପଘର ଲୋକ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣି ଭରତପୁର ଥାନାରେ ଏତଲା ଦେବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବିଧିବଦ୍ଧ ତଦନ୍ତ ପାଇଁ ଗୁହାରି କରିଛନ୍ତି। ...

ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏତଲାରେ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ? ଯଦି ମର୍ଡର କିଏ ଓ କାହିଁକି କଲା ? ମାଆଙ୍କ ଅଭିଯୋଗ ଅନୁସାରେ କିଏ ସେହି ଦୁଷ୍କର୍ମ ଅଭିଯୁକ୍ତ ? କେମିତି କମ୍ପାନୀ କ୍ବାର୍ଟର୍ସରେ ପଶି ଏତେବଡ଼ କାଣ୍ଡ ଘଟାଇବାକୁ ସାହସ କଲେ ?

Advertisment

ଯଦି ଆତ୍ମହତ୍ୟା, ତେବେ କାରଣ କଣ ? କାହିଁକି ଜଣେ ନିଜ ହାତରେ ଶେଷ କରି ଦେବେ ନିଜ ଜୀବନ ? ଅନ୍ୟପଟେ ସ୍ବାମୀଙ୍କ କଥା ଅନୁସାରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭୂମିକା ବି ସନ୍ଦେହଘେରରେ। କାହିଁକି ତାଙ୍କ ଉପରେ ଚାପ ପକାଯାଉଛି ? ମହିଳାଙ୍କ ମୃତ୍ୟୁ ପଛରେ ରହିଛି କି କିଛି ଅଲଗା ରହସ୍ୟ ? ସିସିଟିଭି ଫୁଟେଜରେ ରହିଛି କି ଡେଥ ମିଷ୍ଟ୍ରି ? ... 

Murder Hyderabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ