Advertisment

Odia Medical Student Case: ଶୁକ୍ରବାର ରାତିରେ ଘଟିଥିଲା କ'ଣ ? ବୟଫ୍ରେଣ୍ଡ ନୁହେଁ, ଥିଲା ଖଳନାୟକ

ପୋଲିସ ହାତରେ ଲାଗିଥିବା ଘଟଣା ଦିନର ସିସିଟିଭି ଫୁଟେଜରେ ଧରାପଡିଛି ଅସଲ ସତ । ଶୁକ୍ରବାର, ସମୟ ରାତି ୭ଟା ୫୮ ମିନିଟ୍, କଲେଜ କ୍ୟାମ୍ପସରୁ ଏକାଠି ବାହାରକୁ ଯାଇଥିଲେ ପୀଡିତା ଓ ବୟଫ୍ରେଣ୍ଡ । ୮ଟା ବାଜି ୪୨ ମିନିଟ୍‌ରେ କଲେଜକୁ ଏକା ଫେରି ଆସିଥିଲେ ବୟଫ୍ରେଣ୍ଡ ।

DURGAPUR-GANG-RAPE

DURGAPUR-GANG-RAPE Photograph: (OTV)

Advertisment

ବୟଫ୍ରେଣ୍ଡ ନୁହେଁ, ଥିଲା ଖଳନାୟକ ! ବିଶ୍ୱାସରେ ଦେଇଥିଲା ବିଷ...ପୀଡିତାଙ୍କୁ ଉସକାଇ ରାତିରେ ବାହାରକୁ ନେଇଥିଲା, ଆଉ ଠେଲି ଦେଇଥିଲା ନର ପିଶାଚଙ୍କ ମୁହଁକୁ...
ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ଖୁଲାସା !ସାମ୍ନାକୁ ଆସିଲା ସେଇ ଶୁକ୍ରବାର ରାତିର କଳା କାହାଣୀ... 

Advertisment

ପୋଲିସ ହାତରେ ଲାଗିଥିବା ଘଟଣା ଦିନର ସିସିଟିଭି ଫୁଟେଜରେ ଧରାପଡିଛି ଅସଲ ସତ । ଶୁକ୍ରବାର, ସମୟ ରାତି ୭ଟା ୫୮ ମିନିଟ୍, କଲେଜ କ୍ୟାମ୍ପସରୁ ଏକାଠି ବାହାରକୁ ଯାଇଥିଲେ ପୀଡିତା ଓ ବୟଫ୍ରେଣ୍ଡ । ୮ଟା ବାଜି ୪୨ ମିନିଟ୍‌ରେ କଲେଜକୁ ଏକା ଫେରି ଆସିଥିଲେ ବୟଫ୍ରେଣ୍ଡ । ୪-୫ ମିନିଟ୍‌ କଲେଜରେ ରହିବା ପରେ ପୁଣି ଯାଇଥିଲେ ଜଙ୍ଗଲ ଆଡକୁ । ଏହାପରେ ୯ଟା ବାଜି ୨୯ ମିନିରେ ଉଭୟ ପୀଡିତା ଓ ବୟଫ୍ରେଣ୍ଡ କଲେଜକୁ ଫେରିଥିଲେ । ଯାହାକୁ ନେଇ ଏବେ ସନ୍ଦେହ ଘେରରେ ବୟଫ୍ରେଣ୍ଡର ଭୂମିକା ।

ଘଟଣାରେ ଦୁର୍ଗାପୁର ପୋଲିସ ପୀଡିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି । ରାତିରେ କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଅଭିଯୋଗରେ ଗିରଫ ହୋଇଛନ୍ତି ସେ । ଫଳରେ ମୋଟ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି । ସେହି ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ପୀଡିତା । ଆଉ ପୀଡିତାଙ୍କୁ ଏକା ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବେଇମାନ ବୟଫ୍ରେଣ୍ଡ । ପୋଲିସ ସନ୍ଦେହ କରୁଛି ବୟଫ୍ରେଣ୍ଡ ହିଁ ଦୁଷ୍କର୍ମ କରିଛି । ତେବେ ଏ ସଂପର୍କରେ ଅଧିକ ତଦନ୍ତ ପରେ ହିଁ ପୋଲିସ ଏହା ସ୍ପଷ୍ଟ କରିବ।

Advertisment


ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟେକ୍ନିକାଲ୍ ପ୍ରମାଣ ଓ ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଶାରୀରିକ ଯୌନ ନିର୍ଯାତନା କରିଛନ୍ତି । ଅନ୍ୟ ୫ ଜଣଙ୍କର କିଭଳି ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଛି।  ଅଭିଯୁକ୍ତ ଛଡ଼ାଇ ନେଇଥିବା ମୋବାଇଲ୍ ଫୋନ୍ ଜବତ ହୋଇଛି । 

ପୁରୁଷ ବନ୍ଧୁଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ତାଙ୍କୁ ଗିରଫ କରିବାକୁ ପୀଡିତାଙ୍କ ବାପା ବି ଦାବି କରୁଥିଲେ । କାଲି ବୟଫ୍ରେଣ୍ଡ ସହ ୫ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ । ତେବେ ଏ ପର୍ଯ୍ୟନ୍ତ ଛାନ୍‌ଭିନ୍‌ରୁ ବୟଫ୍ରେଣ୍ଡ ହିଁ ସବୁ ନାଟର ଗୋବର୍ଦ୍ଧନ ବୋଲି ଜଣାପଡିଛି । ଏହି ଘଟଣା ଆଗକୁ ଆଉ କି କି ସତ ସାମ୍ନାକୁ ଆସୁଛି, ତା' ଉପରେ ନଜର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ