DURGAPUR-BOYFRIEND Photograph: (OTV)
ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା...ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁରୁଷ ବନ୍ଧୁକୁ ନେଇ ଯେଉଁ ସନ୍ଦେହ ଉପୁଜିଥିଲା, ତାହା ଏବେ ଘନୀଭୂତ ହେଲା। ମୂଳରୁ ପୀଡ଼ିତାଙ୍କ ବାପା ବି ଅଙ୍ଗୁଳି ଉଠାଇଥିଲେ ଝିଅର ବୟଫ୍ରେଣ୍ଡ ଉପରକୁ। ଏବେ ତଦନ୍ତ ପରେ ବି ଫିଟୁଛି ରହସ୍ୟ ଉପରୁ ପରଦା।
ରହସ୍ୟ ନମ୍ବର:୧
କ୍ୟାଂପସର ସିକ୍ୟୁରିଟି କ୍ୟାମେରା ଫୁଟେଜର ତଥ୍ୟ କହୁଛି, ଅକଟୋବର ୧୦ ରାତି ୭ଟା ୫୮ ମିନିଟରେ ବୟଫ୍ରେଣ୍ଡ ସହ ପୀଡ଼ିତା କ୍ୟାମ୍ପସରୁ ବାହାରକୁ ଯାଉଛନ୍ତି। କିନ୍ତୁ ରାତି ୮ଟା ୪୨ରେ ଏକୁଟିଆ ଫେରିଆସୁଛି ବୟଫ୍ରେଣ୍ଡ। ପ୍ରାୟ ୬ ମିନିଟ୍ ପରେ ଅର୍ଥାତ ରାତି ୮ଟା ୪୮ ମିନିଟରେ ପୁଣି କ୍ୟାମ୍ପସରୁ ବାହାରି ଯାଉଛି। ଆଉ ରାତି ୯ଟା ୨୯ରେ ପୀଡ଼ିତାଙ୍କୁ ଧରି ଫେରିବା ପରେ ୯ଟା ୩୨ରେ ହଷ୍ଟେଲକୁ ଏଣ୍ଟ୍ରି କରୁଛନ୍ତି ପୀଡ଼ିତା।
ରହସ୍ୟ ନମ୍ବର: ୨
କୁହାଯାଉଛି, ପୀଡ଼ିତାଙ୍କ ସହ ଯେଉଁ ଅଘଟଣ ଘଟିଗଲା, ସେ ସଂପର୍କରେ ପୋଲିସ କିମ୍ବା କୌଣସି ବ୍ୟକ୍ତିଙ୍କୁ ସୂଚନା ଦେଇନି ବୟଫ୍ରେଣ୍ଡ।
ରହସ୍ୟ ନମ୍ବର: ୩
ଯେତେବେଳେ ପୀଡ଼ିତାଙ୍କ ସହ ଅଘଟଣ ଘଟୁଥିଲା, ସେହି ସମୟରେ ବି ସୁରକ୍ଷାକର୍ମୀ କିମ୍ବା ପୋଲିସର ସହାୟତା ଲୋଡ଼ିନଥିଲା ବୟଫ୍ରେଣ୍ଡ।
ଏଭଳି ନାନା ରହସ୍ୟ ଭିତରେ ସଂପୃକ୍ତ ବୟଫ୍ରେଣ୍ଡକୁ ପୋଲିସ ଗିରଫ ପରେ କୋର୍ଟରେ ହାଜର କରି ଆଜିଠୁ ୭ ଦିନିଆ ରିମାଣ୍ଡରେ ନେଇଛି। ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର କହିଛନ୍ତି, ଏଯାଏଁ ଟେକ୍ନିକାଲ୍ ପ୍ରମାଣ ଓ ପୀଡିତାଙ୍କ ବୟାନ ଆଧାରରେ ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହିଁ ଶାରୀରିକ ସଂପର୍କ ରଖିଛି। ଅନ୍ୟ ୫ ଜଣଙ୍କର ସମ୍ପୃକ୍ତିର ତଦନ୍ତ କରାଯାଉଛି।
ଜାତୀୟ ମହିଳା କମିଶନ ସଦସ୍ୟା ଅର୍ଚ୍ଚନା ମଜୁମଦାର କହିଛନ୍ତି, ଗିରଫ ସନ୍ଦିଗ୍ଧମାନଙ୍କ ଲିଙ୍କ୍ ଶାସକ ଦଳ ସହିତ ରହିଛି। ପୋଲିସ ଯଦି କୌଣସି ରାଜନୈତିକ ଚାପ କିମ୍ବା ପ୍ରଭାବରେ ଥାଏ, ତେବେ କମିଶନ କ୍ଷମା କରିବେ ନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହିଳାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ।
ସେପଟେ ଦୁର୍ଗାପୁର ଲଜ୍ଜାକୁ ନେଇ ଥମୁନି ପଲିଟିକାଲ୍ ଘମାସାନ। ଅଭିନବ ପ୍ରତିବାଦ ସ୍ବରୂପ ବିଜେପି ଚଳାଇଛି ଅପରେସନ୍ ଲାଲ୍ ମିର୍ଚି। ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ସହ ବୁଲି ବୁଲି ଯୁବତୀଙ୍କୁ ନିଜ ସୁରକ୍ଷା ନିଜେ ନେବା ପାଇଁ ଲଙ୍କା ଗୁଣ୍ଡ ଓ ସ୍ପ୍ରେ ବାଣ୍ଟିଛି ବିଜେପି। ଏଣେ ପୀଡ଼ିତାଙ୍କ ସହ ଟେଲିଫୋନିକ୍ କଥାବାର୍ତ୍ତାର ଅଡ଼ିଓକୁ ସାର୍ବଜନୀନ କରାଯାଉଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି ବିରୋଧୀ ବିଜେଡି। ଏହାର ଜବାବ ରଖି ବିଜେପି କହିଛି, ଭୟରେ ଥିବା ପୀଡ଼ିତାଙ୍କ ମର୍ମ ଓ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ଆଗରୁ ଦୁଷ୍କର୍ମ ସମୟରେ ଚୁପ୍ ଥିବା ବିଜେଡି ଏବେ ମୁହଁ ଖୋଲୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/15/durgapur-boyfriend-2025-10-15-20-36-18.jpg)