Jatra-Artist-Attack Photograph: (OTV)
ରକ୍ତ ରଞ୍ଜିତ ହେଲା ଯାତ୍ରା ମଞ୍ଚ। କଳାକାରଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡେଇଲେ। ଠେଙ୍ଗା, ବାଡ଼ି, ରଡ୍ ହାତକୁ ଯାହା ମିଳିଲା ପିଟି ଚାଲିଲେ। ଓଡ଼ିଆ ଯାତ୍ରା କଳାକାରଙ୍କୁ ମାରି ଲହୁ ଲୁହାଣ କରିଦେଲେ। ସୀମା ଟପିଗଲା ବର୍ବରତାର ସବୁ ସୀମା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରରେ।
ସେଠାକୁ ଯାତ୍ରା ପ୍ରଦର୍ଶନ କରିବାକୁ ଯାଇଥିବା ସୂର୍ଯ୍ୟ ମନ୍ଦିରର କଳାକାର ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଥରେ ଦେଖନ୍ତୁ ଏହି ଦୃଶ୍ୟ । ଭିଡିଓ ଦେଖିବା ପାଇଁ ତଳେ ଦିଆଯାଇଥିବା ଭିଡିଓରେ କ୍ଲିକ୍ କରନ୍ତୁ ।
ଦେଖିଲେ ତ କିଭଳି କିଛି ଯୁବକ ଠେଙ୍ଗା ବାଡ଼ି ଧରି ଷ୍ଟେଜରେ ଚଢ଼ିଛନ୍ତି। ଆଉ ଆକ୍ରମଣ କରିବାକୁ କଳାକାର ଓ କର୍ମଚାରୀଙ୍କୁ ଗୋଡ଼ାଉଛନ୍ତି। ଜୀବନ ବିକଳରେ ଦୌଡ଼ୁଥିବା ବେଳେ ସେମାନେ ଷ୍ଟେଜ ଉପରେ ପଡ଼ିଯାଉଛନ୍ତି। ତଥାପି ତାଙ୍କୁ ବାଡ଼ିରେ ଆକ୍ରମଣ କରୁଛନ୍ତି ଦୁର୍ବୁତ୍ତ।
ତେବେ ଅଭିଯୋଗ ମୁତାବକ, ବାଙ୍ଗାଲୋର ଓଡ଼ିଆ ଯାତ୍ରା କମିଟି ଡକରାରେ ବେଙ୍ଗାଳୁରୁକୁ ଯାତ୍ରା ପ୍ରଦର୍ଶନ ପାଇଁ ଯାଇଥିଲେ ସୂର୍ଯ୍ୟ ମନ୍ଦିର’ ପାର୍ଟି।ଏଥିପାଇଁ ଟିକେଟ ବିକ୍ରି ମଧ୍ୟ ସରିଥିଲା। ତେବେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଟଙ୍କା ଦେଣ ନେକୁ ନେଇ ଯାତ୍ରା ପାର୍ଟି ଓ ଆୟୋଜକ କମିଟି ମଧ୍ୟରେ ବଚସା ହୋଇଥିଲା। ପରେ ଏହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ସୂର୍ଯ୍ୟ ମନ୍ଦିର’ର କଳାକାର ଓ କର୍ମଚାରୀଙ୍କୁ ଷ୍ଟେଜ ଉପରେ ହିଁ ଆକ୍ରମଣ କରାଯାଇଥିଲା। ଗୋଡ଼ାଇ ଗୋଡ଼ାଇ ମାଡ ମାରିବା ସହ ସେମାନଙ୍କୁ ଅଟକ ରଖାଯାଇଥିଲା। ଏପରିକି ତାଙ୍କୁ ଧମକ ଚମକ ଦେବା ସହ ମୋବାଇଲ ଛଡ଼ାଇ ନେଇଥିବାର ମଧ୍ୟ ଅଭିଯୋଗ ଆସିଛି।
ତେବେ ଖୁଲମଖୁଲା ଏତେ ସବୁ ଘଟଣାରେ ଘଟୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଏଥିରେ ହସ୍ତକ୍ଷପ କରି ନଥିଲା। ତେବେ ଏହାରି ଭିତରେ କମିଟିର ଏକ ଚିଠା ମଧ୍ୟ ସାମ୍ନାକୁ ଆସିଛି। ଆୟୋଜକ କମିଟି ଦ୍ୱାରା ପୋଲିସକୁ ୨ ଲକ୍ଷ ଟଙ୍କା ଦିଆଯାଇଥିବାର ଅଭିଯୋଗ ହେଉଛି। ଆଉ ମାମଲାରେ ପୋଲିସର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି।
ମନୋରଞ୍ଜନ ପାଇଁ ଯାଇ ବେଙ୍ଗାଲୁରରେ ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ିଆ କଳାକାର। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି। ତେବେ ଘଟଣା ନେଇ ସୂର୍ଯ୍ୟମନ୍ଦିର ଯାତ୍ରା ଅନୁଷ୍ଠାନ କିମ୍ୱା ବାଙ୍ଗାଲୋର ଯାତ୍ରା କମିଟିର ପ୍ରତିକ୍ରିୟା ମିଳିପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/jatra-artist-attack-2025-12-17-15-29-54.jpg)