Odia-Girl-Murder-in-Uttarakhand Photograph: (OTV)
ପ୍ରଥମେ ଗଣଦୁଷ୍କର୍ମ, ଆଉ ତା’ ପରେ ୨୩ ବର୍ଷୀୟା ଓଡିଆ ଯୁବତୀଙ୍କୁ ନିର୍ମମ ହତ୍ୟା । ଆଉ ଏଥିରେ ମୁଖ୍ୟ ଖଳନାୟକ ଥିଲା ଘର ମାଲିକର ପୁଅ । ଯୁବତୀଙ୍କୁ ଘରେ ଏକୁଟିଆ ପାଇ ମଣିଷରୁ ପାଲଟିଗଲା ନରପିଶାଚ, ଦୁଇ ସାଙ୍ଗ ସହ ମିଶି ଘଟାଇଲା ନୃଶଂସ କାଣ୍ଡ ।
ମୃତ ଯୁବତୀଙ୍କ ଘର ରାୟଗଡା ଜିଲ୍ଲାରେ । ସେ ୬ ମାସ ହେଲା ଉତ୍ତରାଖଣ୍ଡ ଲାଲପୁରରେ ରହୁଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଇଣ୍ଟନସିପ୍ କରୁଥିଲେ । କାମେଶ୍ୱର ସିଂ ନାମକ ଜଣେ ଲୋକର ଘରେ ଭଡ଼ାରେ ରହୁଥିଲେ ଯୁବତୀ । ଗତ ମଙ୍ଗଳବାର ଦିନ ପ୍ରାୟ ସାଢେ ୨ଟାରେ ଯୁବତୀ ଜଣକ କମ୍ପାନୀରୁ ନିଜ ରୁମ୍କୁ ଫେରିଥିଲେ । ସେହି ସମୟରେ ଘର ମାଲିକ କାମେଶ୍ୱର ଓ ତାଙ୍କ ସ୍ତ୍ରୀ ବାହାରକୁ ଯାଇଥିଲେ ।
ଘରେ ଏକୁଟିଆ ଥିଲା ତାଙ୍କର ପୁଅ ଅମିତ । କେହି ନଥିବାର ସୁଯୋଗରେ ଅମିତ୍ ଯୁବତୀଙ୍କୁ ନିଜ ରୁମ୍କୁ ଡାକିଥିଲା ଆଉ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଆଉ ଏ କୁକର୍ମରେ ସାଥ୍ ଦେଇଥିଲ ଅମିତ ଦୁଇ ସାଙ୍ଗେ । ୩ ଜଣ ଯାକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ତା ପରେ ଗଳା ଚିପି ମାରି ଦେଇଥିଲେ । ଏହାପରେ ୩ ଜଣ ଯାକ ମିଶି ମୃତଦେହକୁ ଚଦରରେ ଗୁଡାଇ ରାତିଅଧରେ ବାଇକରେ ନେଇଥିଲେ । ଆଉ ପଥର ବାନ୍ଧି ଫିଙ୍ଗି ଦେଇଥିଲେ ନଈରେ ।
ସେପଟେ ଝିଅ ସହ ଯୋଗାଯୋଗ ନ ହୋଇପାରିବାରୁ ଉତ୍ତରାଖଣ୍ଡରେ ପହଞ୍ଚିଥିଲେ ଯୁବତୀଙ୍କ ଘରଲୋକେ । ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ଛାନଭିନ୍ ପରି ପଦାକୁ ଆସିଥିଲା ଅସଲ ସତ ।
ସିସିଟିଭିରେ ଦୁଇ ବାଇ ରାତିରେ ବାଇକରେ ମୃତଦେହ ନେଇଥିବାର ଦେଖିବାକୁ ମିଳିଥିଲା । ଏନେଇ ଅମିତକୁ ପଚାରଉଚରା କରିବା ପରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ହୋଇଥିଲା ପର୍ଦ୍ଦାଫାସ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅମିତକୁ ଗିରଫ କରାଯାଇଥିବାବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଏବେ ଖୋଜୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/08/odia-girl-murder-in-uttarakhand-2025-11-08-16-01-38.jpg)