Encounter Photograph: (OTV)
ଭଦ୍ରକରେ ଏନକାଉଣ୍ଟର୍। ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆକୁ ଏନକାଉଣ୍ଟର୍ । ଚରମ୍ପା ମାଲଗୋଦାମ ନିକଟରେ ଗୁଳି ମାରିଲା ପୋଲିସ । ବୁଦ୍ଧିଆର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ କିଛି ଗୁଳି ଜବତ ହୋଇଛି।
ବୁଦ୍ଧିଆର ଘର ବାଲେଶ୍ବର ତୁଡ଼ିଗଡ଼ଗାଁରେ ହୋଇଥିବାବେଳେ ତା ନାଁରେ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। କିଛି ଦିନ ତଳେ ଖଇରା ନିକଟରୁ ଫାୟରିଂ କରି ୧୫ ଲକ୍ଷ ଓ ସୋରୋରୁ ୫ ଲକ୍ଷ ଲୁଟ୍ ମାମଲାରେ ସେ ସଂପୃକ୍ତ ଥିଲା ।
ଆଜି ଭୋର ୫ଟା ୧୫ରେ ଏକ ନମ୍ବର ବିହୀନ କଳା ପଲସରରେ ସହଯୋଗୀ ସହିତ ବୁଦ୍ଧିଆ ବୁଲୁଥିବା ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଫାୟାରିଂ କରିଥିଲା ବୁଦ୍ଧିଆ । ଶେଷରେ ପୋଲିସର ଗୁଳି ବୁଦ୍ଧିଆର ଗୋଡ଼ରେ ବାଜିଥିଲା । ବୁଦ୍ଧିଆର ସହଯୋଗୀ ଗାଡ଼ିନେଇ ଫେରାର ହୋଇଯାଇଛି ।
• ଭଦ୍ରକରେ ଏନକାଉଣ୍ଟର୍
• ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଓରଫ୍ ବୁଦ୍ଧିଆକୁ ଏନକାଉଣ୍ଟର୍
• ଚରମ୍ପା ମାଲଗୋଦାମ ନିକଟରେ ଗୁଳି ମାରିଲା ପୋଲିସ
• ବୁଦ୍ଧିଆର ଡାହାଣ ଗୋଡ଼ରେ ବାଜିଛି ଗୁଳି
• ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି
• ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ
• ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା
• ବଡ଼ଧରଣର ଲୁଟରେ ସାମିଲ ଥିଲା ବୁଦ୍ଧିଆ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/16/encounter-2025-12-16-09-33-05.jpg)