Sundarpada Blast Case Photograph: (OTV)
ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣା। ଘଟଣାରେ NIA ତଦନ୍ତ ଜୋରଦାର। ହସ୍ପିଟାଲରେ ପହଞ୍ଚି ଆହତଙ୍କ ବୟାନ ରେକର୍ଡ କରୁଛି ଏକ ଟିମ। ବିସ୍ଫୋରଣ ପଛରେ ବହୁତ ବଡ଼ ରହସ୍ୟ ଥିବା ସନ୍ଦେହ କରୁଛି NIA। ବିସ୍ପୋରଣକୁ ନେଇ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ତଦନ୍ତକାରୀ ସଂସ୍ଥା।
ଯାହାକୁ ନେଇ ତଦନ୍ତ କରିବା ସହ ଘର ମାଲିକ ଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ମାରାଥନ ଜେରା କରୁଛି NIA। ଗତ ମଙ୍ଗଳବାର ବୋମା ଭିଡୁଥବାବେଳେ ଘଟିଥିଲା ବଡ଼ ବିସ୍ଫୋରଣ। ଯେଉଁଥିରେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଥିବା ସେହନବାଜ ମଲିକ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି।
ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ଥିବାରୁ କିଛି ବଡ଼ ଯୋଜନା କରାଯାଉଥିବା ସନ୍ଦେହ କରିଛି ତଦନ୍ତକାରୀ ସଂସ୍ଥା। ବିସ୍ପୋରଣରେ ଶେହନଓ୍ୱାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଥିଲେ। ୫ ମହଲା ବିଶିଷ୍ଟ କୋଠାରେ ଭଡ଼ାରେ ରହି ଏହା ଚଳାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/sundarpada-blast-case-2026-01-29-14-29-31.jpg)