Jajpur Rape Case Photograph: (OTV)
ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା। ୭୦ ବର୍ଷୀୟ ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର। ସ୍ଥାନୀୟ ଲୋକ ଓ ପୋଲିସ ସହଯୋଗରେ ଶିଶୁକନ୍ୟା ଉଦ୍ଧାର। ଉଦ୍ଧାର ପରେ ଯାଜପୁର ରୋଡ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସପ୍ତାହେ ମଧ୍ୟରେ ଶିଶୁର ଜନ୍ମ ହୋଇଥିବା ଅନୁମାନ କରାଯାଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି।
ବ୍ୟାସନଗରର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ନାବାଳିକା। ନାବାଳିକାକୁ ଗର୍ଭପାତ କରାଯାଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା । ଦୁଷ୍କର୍ମ ପାଇଁ କାଲି ବୃଦ୍ଧଙ୍କୁ ଗିରଫ କରିଥିଲା ଯାଜପୁର ରୋଡ୍ ଥାନା ପୋଲିସ । ଗର୍ଭପାତ ଅଭିଯୋଗ ପାଇଁ ଘରୋଇ ହସ୍ପିଟାଲର ଏମ୍ ଡି ମଧ୍ୟ ଗିରଫ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/17/jajpur-rape-case-2026-02-17-10-06-45.jpg)