Advertisment

Truth Behind Taxi Driver Sahu’s Death Out: ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁର ଖୁଲାସା, ଜ୍ୟୋତ୍ସ୍ନାକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍

କିଏ ସେ ରହସ୍ୟମୟୀ 420 ଜ୍ୟୋତ୍ସ୍ନା। ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ୟୁ ମାମଲାରେ 4 ଅଭିଯୁକ୍ତଙ୍କୁ ଗିରଫ ପରେ ଏବେ ଜବ୍ ଫ୍ରଡର ମାଷ୍ଟର ମାଇଣ୍ଡ ଜ୍ୟୋତ୍ସ୍ନାକୁ ଖୋଜୁଛି କମିଶନରେଟ୍ ପୋଲିସ୍।

TAXI-dd

ଫେରାର୍ Photograph: (OTV)

Advertisment

ଏଥିସହ ଜ୍ୟୋତ୍ସ୍ନା ଚଳାଇଥିବା ଜବ୍ ଫ୍ରଡ୍ ରାକେଟରେ ଆଉ କେଉଁମାନେ ଅଛନ୍ତି ତାର ବି ତନାଘନା ଚଳାଇଛି। ସେପଟେ କମିଶନରେଟ୍ ପୋଲିସର ସୂଚନା ମାମଲାରେ ଆହୁରି ବଢ଼ିପାରେ ଗିରଫଦାରୀ।....

Advertisment

ଅପହରଣକାରୀଙ୍କ କବଜାରେ ଥିବା ବେଳେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁଙ୍କ ପତ୍ନୀଙ୍କ ପାଖକୁ ଆସିଥିଲା ଏ କଲ୍। ଧମକ ଥିଲା ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଚଳୁ କରିଥିବା ଜ୍ୟୋତ୍ସ୍ନାକୁ ଧରେଇ ଦିଅ, ନହେଲେ ଦୁଇକୋଟି 24 ଲକ୍ଷ ଦେଇ ସ୍ବାମୀକୁ ନେଇଯାଅ। ଆଉ ଏମାନେ ହେଉଛନ୍ତି ସେଇ ୪ ଅପହରଣକାରୀ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ ଗୁରାଣ୍ଡିର ଏନ୍ ଦିଲ୍ଲୀପ କୁମାର, ଦୀପକ ସାହୁକାର, ରବୀନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ବେହେରା। କୁଆଡ଼େ ଚାକିରି ଦେବାକୁ କହି ବିଦ୍ୟାଧର ଏମାନଙ୍କ ପାଖରୁ ପାଖାପାଖି ଦେଢ଼ କୋଟି ଟଙ୍କା ନେଇ ମାଷ୍ଟରମାଇଣ୍ଡ ଜ୍ୟୋତ୍ସ୍ନାଙ୍କୁ ଦେଇଥିଲେ। ଯେଉଁଥିପାଇଁ ବିଦ୍ୟାଧରଙ୍କୁ ଯାଜପପୁରର ଏକ ଘରେ ବନ୍ଦୀ କରି ଏମିତି ମୂଲଚାଲ କରିଥିଲେ ଅପହରଣକାରୀ।

ହେଲେ ଏହାରି ଭିତରେ ବନ୍ଦ ଘର ଭିତରେ ବିଦ୍ୟାଧର ଜୀବନ ହାରିଦେବାରୁ ଅକଲ୍ ଗୁଡ଼ୁମ୍ ହେଇଯାଇଥିଲା ଅପରହଣକାରୀଙ୍କର। ମୃତଦେହକୁ ଆଣି ଚନ୍ଦକା ଅଞ୍ଚଳରେ ଫୋପାଡିବା ସହ ଟ୍ୟାକ୍ସିକୁ ରାସ୍ତା ଉପରେ ରଖି ଫେରାର ହୋଇଯାଇଥିଲେ। ଧମକପୂର୍ଣ୍ଣ କଲ, ସିସିଟିଭି, ଟୋଲଗେଟର ଫାସ୍ଟ୍ୟାଗରୁ ମିଳିଥିବା ତଥ୍ୟ ଆଧାରରେ 4 ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ଗିରଫ କରିବା ପରେ ମାମଲାର ପର୍ଦ୍ଦାଫାସ୍ କରି ଭୁବନେଶ୍ବର କମିଶନରେଟ୍ ପୋଲିସ୍ ଦେଇଛି ଏଭଳି ଚାଞ୍ଚଲ୍ୟକର ସୂଚନା।

Advertisment

ସମସ୍ତଙ୍କ ବିରୋଧରେ ଲାଗିଛି ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଓ ପ୍ରମାଣ ନଷ୍ଟ କରିବା ଭଳି ସଂଗୀନ ଦଫା। କେବଳ ସେତିକି ନୁହେଁ ମାମଲାରେ ଗିରଫଦାରୀ ସଂଖ୍ୟା ଆହୁରି ଲମ୍ବିବ ବୋଲି କହିଛନ୍ତି ପୋଲିସ କମିଶନର।...
ଏପଟେ ଘଟଣା ସାମ୍ନାକୁ ଆସିବା ପରେ ଚାକିରି ପାଇଁ କୋଟି କୋଟିର ଠକେଇ ପଦାକୁ ଆସିଛି। ଏମତି ପୁଳା ପୁଳା ସାର୍ଟିଫିକେଟ, ଫେକ୍ ଷ୍ଟାମ୍ପ ଓ ବ୍ଲାଙ୍କ୍ ଚେକ୍ ଦେଖି ତାଜୁବ ହୋଇଛି ପୋଲିସ। ରାଜଧାନୀରେ ଏତେବଡ଼ ଜବ୍ ଫ୍ରଡ୍ ସ୍କାମ ବାବଦରେ କେମିତି ପୋଲିସ୍ ଟେର୍ ପାଇଲାନି ତାକୁ ବି ନେଇ ଉଠିଛି ପ୍ରଶ୍ନ।

ଏସବୁ ଭିତରେ କିନ୍ତୁ ପୋଲିସର ଫୋକସ ପଏଣ୍ଟରେ ମାଷ୍ଟରମାଇଣ୍ଡ ଜ୍ୟୋସ୍ନା । ଯିଏ ଚାକିରି ଠକେଇର ପୂରା ସିଣ୍ଡିକେଟ ଚଳାଇବା ସହ କୋଟି କୋଟି ଟଙ୍କା ଚଳୁକରି ଗାଏବ ହୋଇଯାଇଛି। ବିଦ୍ୟାଧର ଟ୍ୟାକ୍ସିରୁ ଜବତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରୁ ଏଇ ଲେଡି ୪୨୦ ଜ୍ୟୋତ୍ସ୍ନା ଯାଦବର ଘର ସୁନ୍ଦରଗଡ଼ ବୋଲି ବି ପୋଲିସ ଜାଣିବାକୁ ପାଇଛି।...
ଏବେ ପ୍ରଶ୍ନ ବିଦ୍ୟାଧର ଭଳି ଆଉ କିଏ ଜ୍ୟୋସ୍ନାଙ୍କ ପାଲରେ ପଡ଼ିଛନ୍ତି କି ନାହିଁ? ଚାକିରି ଆଶାୟୀଙ୍କୁ କେମିତି ଭରସା ଦେଉଥିଲେ ଜ୍ୟୋସ୍ନା ଓ ବିଦ୍ୟାଧର ? ଖାଲି ଜାଲ୍ ନିଯୁକ୍ତି ପତ୍ର ଦେଇ ଭଣ୍ଡାଉଥିଲେ ନା କୌଣସି ସେକ୍ଟରରେ କାହାକୁ ଚାକିରି ବି ଦେଇଛନ୍ତି? ଯଦି ଚାକିରି ଦେଇଛନ୍ତି ସରକାରୀ କଳରେ କିଏ ଅଛି ଲିଙ୍କରେ ?...

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ