Advertisment

Friend’s Deadly Betrayal: ଅପେରା ଦେଖିବାକୁ କହି ଘରୁ ଡାକି ନେଇ ମାରିଦେଲେ ସାଙ୍ଗ, ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ

ସ୍ୱାମୀଙ୍କୁ କେଉଁଠି ଅଛ ବୋଲି ପଚାରିବାରୁ ହରେକୃଷ୍ଣ ତାଙ୍କୁ କେଉଁଠି ରଖିଛି ସେ ଜାଣି ପାରୁନାହାନ୍ତି ବୋଲି ସୌଭାଗିନୀଙ୍କୁ କହିଥିଲେ । ପରେ ସେ ହରେକୃଷ୍ଣଙ୍କୁ ବାରମ୍ଵାର ଫୋନ୍ କରିବା ପରେ ମଧ୍ୟ ସେ ଆଉ ଫୋନ୍ ଉଠାଇନଥିଲେ ।

Murder

Murder Photograph: (OTV)

Advertisment

ଅପେରା ଦେଖିବାକୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ। କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା। ମୃତକ ଶୋଷ ଥାନା ବଣିଆପଙ୍କ ଗାଁର ଜୟନ୍ତ ପାତ୍ର । କେନ୍ଦୁଝର ଟାଉନ ଥାନା ଗମ୍ଭାରିଆ ଗାଁରେ ୮ବର୍ଷ ହେବ ଘରଜ୍ୱାଇଁ ଭାବରେ ରହି ଆସୁଥିଲେ। ସାଙ୍ଗମାନେ ଅପେରା ଦେଖିବାକୁ ଡାକି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

Advertisment

ମୃତକଙ୍କ ପତ୍ନୀ ଓ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଗତ ମଙ୍ଗଳବାର ରାତିରେ ଜୟନ୍ତଙ୍କ ବନ୍ଧୁ ହରେକୃଷ୍ଣ ବେହେରା ଅପେରା ଦେଖିବାକୁ ଡାକି ନେଇଥିଲେ। ବୁଧବାର ସକାଳୁ ଜୟନ୍ତଙ୍କ ପତ୍ନୀ ସୈାଭାଗିନୀ ଫୋନରେ ଯୋଗାଯୋଗ କରିବାରୁ ହରେକୃଷ୍ଣ ତାଙ୍କୁ କେଉଁଠି ଆଣି ରଖିଥିବା ସ୍ୱାମୀ ଜୟନ୍ତ କହିଥିଲେ। ପରେ ଜୟନ୍ତଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପତ୍ନୀ ସୌଭାଗିନୀ। ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। 

ମିଳିଥିବା ସୂଚନା ଅନୁଯାୟୀ ଏମିତି ଘଟିଥିଲା ଘଟଣା, ଜୟନ୍ତ ପାତ୍ର ସ୍ଥାନୀୟ ଗମ୍ଭାରିଆ ଗାଁରେ ୮ବର୍ଷ ହେବ ଘରଜ୍ୱାଇଁ ଭାବରେ ରହି ଆସୁଥିଲେ । ଗତ ୨୨ ତାରିଖ ଦିନ ଜୟନ୍ତ ତାଙ୍କୁ ଓ ପିଲାଙ୍କୁ ନିଜ ଗାଁକୁ ପଠାଇ ଗମ୍ଭାରିଆ ଘରକୁ ଫେରିଥିଲେ । ସେଦିନ ରାତି ୧୦ଟା ବେଳେ ହରିଡାଗୋଠ ଗାଁର  ହରେକୃଷ୍ଣ ବେହେରା ଫୋନ୍ କରି ତାଙ୍କୁ ଅପେରା ଦେଖିବାକୁ ଡାକିଥିଲେ ଏବଂ ଏହାର ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ । ଏ କଥା ପତ୍ନୀ  ସୌଭାଗିନୀଙ୍କୁ  ଜଣାଇଥିଲେ ଜୟନ୍ତ । ସୌଭାଗିନୀଙ୍କ ବାରଣ ସତ୍ତ୍ଵେ ଜୟନ୍ତ ଅପେରା ଦେଖିବାକୁ ଯାଇଥିଲେ ।

Advertisment

କଥା ଲୁଚାଇଥିଲେ ହରେକୃଷ୍ଣ

ତାପର ଦିନ, ଅର୍ଥାତ୍ ବୁଧବାର ସକାଳ ୯ଟା ସମୟରେ ସୌଭାଗିନୀ, ସ୍ୱାମୀଙ୍କୁ କେଉଁଠି ଅଛ ବୋଲି ପଚାରିବାରୁ ହରେକୃଷ୍ଣ ତାଙ୍କୁ କେଉଁଠି ରଖିଛି ସେ ଜାଣି ପାରୁନାହାନ୍ତି ବୋଲି ସୌଭାଗିନୀଙ୍କୁ କହିଥିଲେ । ପରେ ସେ ହରେକୃଷ୍ଣଙ୍କୁ ବାରମ୍ଵାର ଫୋନ୍ କରିବା ପରେ ମଧ୍ୟ ସେ ଆଉ ଫୋନ୍ ଉଠାଇନଥିଲେ । ପରେ ସୌଭାଗିନୀ ବାଧ୍ୟ ହୋଇ ଜୟନ୍ତଙ୍କ  ସାନ ଭଉଣୀଙ୍କ ଫୋନ୍ ରୁ ଫୋନ୍ କରିବା ପରେ ହରେକୃଷ୍ଣ କହିଥିଲେ, ଜୟନ୍ତ ପଡିଛନ୍ତି ଓ  ହଲଚଲ ହେଉ ନାହାନ୍ତି । ଏତିକି କହି ସେ ଫୋନ୍ କାଟି ଦେଇଥିଲେ ।

ପରେ ଆଉଥରେ ଫୋନ୍ କରି ଆମ୍ବୁଲାନସ ଡାକି ତାଙ୍କୁ ମେଡ଼ିକାଲ ନେବାପାଇଁ କହିବାରୁ ହରେକୃଷ୍ଣ ଆମ୍ବୁଲାନ୍ସ ଡାକିଥିଲେ । ଆମ୍ବୁଲାନ୍ସ ପହଞ୍ଚି ପୋଲିସକୁ ଖବର ଦେଇଥିଲା । ପୋଲିସ ତାଙ୍କୁ ମେଡିକାଲରେ ନେଇ ପହଞ୍ଚାଇଥିଲା । ଡାକ୍ତର ଜୟନ୍ତଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିପରି ହଠାତ୍ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହେଲା ସେ ନେଇ ପରିଵାର ଚିନ୍ତାରେ ପଡିଯାଇଛନ୍ତି ।

Advertisment

ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ କରିବା ସହ ପୋଲିସ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣିବାକୁ ସୈାଭାଗିନୀ ଓ ଜୟନ୍ତଙ୍କ ବାପା ଅନନ୍ତ ପାତ୍ର ନିବେଦନ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କେନ୍ଦୁଝର ଟାଉନ୍ ଥାନା ପୋଲିସ l

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ