Advertisment

Sells Newborn Son: ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମାଆ ! ୫୦ ହଜାର ଡିଲ୍ ହୋଇଥିବା ସୂଚନା

ଜନ୍ମ ଦେବା ପରେ ନିଜ ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମା। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଲକରୁ। କୋଇଡା ବ୍ଲକର ପାଟମୁଣ୍ଡା ହାଟିଙ୍ଗର ଜଣେ ମହିଳା ପିଲା ଜନ୍ମ ଦେବାର ଦିନେ ଦୁଇଦିନ ପରେ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା କହିଛନ୍ତି ଆଶା ଦିଦି।

KOIDA_CHILD_SELL

KOIDA_CHILD_SELL Photograph: (OTV)

Advertisment

ଜନ୍ମ ଦେବା ପରେ ନିଜ ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମା। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଲକରୁ। କୋଇଡା ବ୍ଲକର ପାଟମୁଣ୍ଡା ହାଟିଙ୍ଗର ଜଣେ ମହିଳା ପିଲା ଜନ୍ମ ଦେବାର ଦିନେ ଦୁଇଦିନ ପରେ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା କହିଛନ୍ତି ଆଶା ଦିଦି। ପିଲା ବିକ୍ରି ପାଇଁ ୫୦ ହଜାର ଡିଲ୍ ହୋଇଥିବା ବେଳେ ୨୫ ହଜାର ଅର୍ଥାତ୍ ଅଧା ଟଙ୍କା ମିଳିଥିବା କୁହାଯାଉଛି। ଅନ୍ୟପଟେ ମାଆ ଗୃହର ରେଜିଷ୍ଟର ତଥ୍ୟ ଲାଗିଛି ଓଟିଭି ହାତରେ । ପିଲା ବିକ୍ରି ପରେ ସମ୍ପୃକ୍ତ ମାଆ କେଉଁ ଆଡେ ଚାଲି ଯାଇଥିବା ବେଳେ ତାଙ୍କର ଫୋନ୍ ଅଫ୍ ରହିଛି। ଶିଶୁପୁତ୍ରକୁ କେଉଁ କାରଣ ପାଇଁ ଜନ୍ମକଲା ମାଆ ବିକ୍ରି କରିଦେଲା ତାହା ଅସ୍ପଷ୍ଟ ରହିଛି । ଅନ୍ୟପଟେ ତାଙ୍କର ପୂର୍ବରୁ ଥିବା ସନ୍ତାନ ମାନେ ଏବେ ପାଟମୁଣ୍ଡା ସ୍ଥିତ ଘରେ ଥିବା ବେଳେ ମାଆ ଘରକୁ ନ ଫେରିବା ଅନେକ ପ୍ରଶ୍ନ ଠିଆ କରିଛି। ଏନେଇ ପ୍ରତିକ୍ରିୟା ପାଇଁ ସଂପୃକ୍ତ ମାଆଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳୁନି । 

Advertisment

ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମାଆ
ସୁନ୍ଦରଗଡ଼ କୋଇଡା ବ୍ଲକ ପାଟମୁଣ୍ଡା ହାଟିଙ୍ଗର ଘଟଣା 
ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଆଶା ଦିଦିଙ୍କ ଅଭିଯୋଗ 
ଶିଶୁପୁତ୍ର ପାଇଁ ୫୦ ହଜାର ଡିଲ୍ ହୋଇଥିବା ସୂଚନା 
ପିଲା ବିକ୍ରି ପରେ ସମ୍ପୃକ୍ତ ମାଆ କେଉଁଆଡ଼େ ଚାଲି ଯାଇଥିବା କୁହାଯାଉଛି 
କେଉଁ କାରଣ ପାଇଁ ଶିଶୁପୁତ୍ରକୁ ଜନ୍ମକଲା ମାଆ ବିକ୍ରି କରିଦେଲା ଅସ୍ପଷ୍ଟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ