Advertisment

Missing Infant Rescued: ଛୁଆକୁ ଚୋରାଇ ନେଇଥିଲେ, ମା’ କୋଳକୁ ଫେରିଲା ୩ ମାସର ପୁଅ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅବଝୁଣା ଗାଁର ପ୍ରଫୁଲ୍ଲ ବେହେରା ନୀଳଗିରି ଅଞ୍ଚଳର ଜଣେ ମହିଳାଙ୍କୁ ବାଡ଼ି ବଗିଚାରେ କାମ କରିବାକୁ ରଖିଥିଲେ। ସେହି ମହିଳା ଜଣକର ୩ ମାସର ଶିଶୁ ପୁତ୍ର ଥିଲେ। ମାଲିକ ନିକଟରେ ମହିଳା ଜଣଙ୍କ ୬ ଦିନ କାମ କରିବା ପରେ ପ୍ରଫୁଲ୍ଲ ତାଙ୍କ ଶିଶୁ ପୁତ୍ରକୁ ଚୋରାଇ ନେଇଥିଲେ।

Child Theft

Child Theft Photograph: (OTV)

Advertisment

ବାଲେଶ୍ବର ସିମୁଳିଆରୁ ନିଖୋଜ ଶିଶୁପୁତ୍ର ଭଦ୍ରକ ବାସୁଦେବପୁରରୁ ଉଦ୍ଧାର। ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅବଝୁଣା ଗାଁର ପ୍ରଫୁଲ୍ଲ ବେହେରା ନୀଳଗିରି ଅଞ୍ଚଳର ଜଣେ ମହିଳାଙ୍କୁ ବାଡ଼ି ବଗିଚାରେ କାମ କରିବାକୁ ରଖିଥିଲେ। ସେହି ମହିଳା ଜଣକର ୩ ମାସର ଶିଶୁ ପୁତ୍ର ଥିଲେ।

Advertisment

ମାଲିକ ନିକଟରେ ମହିଳା ଜଣଙ୍କ ୬ ଦିନ କାମ କରିବା ପରେ ପ୍ରଫୁଲ୍ଲ ତାଙ୍କ ଶିଶୁ ପୁତ୍ରକୁ ଚୋରାଇ ନେଇଥିଲେ। ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ପ୍ରଫୁଲ୍ଲ ପିଲାଟିକୁ ଚୋରାଇ ନେଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣଙ୍କ ପିଲାକୁ ଫେରାଇବାକୁ ନିବେଦନ କରିବା ପରେ ପ୍ରଫୁଲ୍ଲ ଫେରାଇ ନଥିଲେ।

ଏନେଇ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ପରେ ଶିଶୁ ପୁତ୍ରକୁ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ପ୍ରଫୁଲ୍ଲ ବେହେରା ଓ ତାଙ୍କର ସହଯୋଗୀଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ତେବେ ଏନେଇ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା ମିଳିନି। 

Advertisment
Odisha Balasore Child Theft Child Theft In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ