Deadbody in Coaching Center Photograph: (OTV)
ଘରୋଇ ଆବାସିକ କୋଚିଂ ସେଣ୍ଟର ଭିତରୁ ନାବାଳକ ଛାତ୍ରର ମୃତଦେହ ଉଦ୍ଧାର। ପରିବାର ଲୋକଙ୍କ ହତ୍ୟା ଅଭିଯୋଗ। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁରରେ। ମୃତ ନାବାଳକ ଛାତ୍ରଙ୍କ ନାଁ ଓମ୍ ପ୍ରକାଶ ସେଠୀ, ଘର କେନ୍ଦ୍ରାପଡା ଜିଲ୍ଲା ମୁଣ୍ଡିଲୋ ଗାଁରେ।
ସେ ସାଲେପୁର ସହର ଶିଶୁମନ୍ଦିର ରୋଡ଼ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ରହି ଯୁକ୍ତଦୁଇ ପ୍ରଥମ ବର୍ଷ ବିଜ୍ଞାନ ଶ୍ରେଣୀରେ ପାଠ ପଢୁଥିଲେ। ସୋମବାର ରୁମରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସାଲେପୁର CHCକୁ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୋଚିଂ ସେଣ୍ଟରରେ ଅର୍ଥ ପୈଠକୁ କେନ୍ଦ୍ରକରି ପୂର୍ବରୁ ବିବାଦ ହୋଇଥିବାରୁ ଏଥିପାଇଁ ପୁଅକୁ କୋଚିଂ ସେଣ୍ଟରରେ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ମୃତକର ମାଆ। ଏପଟେ କୋଚିଂସେଣ୍ଟର କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/deadbody-in-coaching-center-2026-02-10-09-03-38.jpg)