Attempt to Rape Photograph: (OTV)
ସୋରରେ ଲଜ୍ଜା! ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସୋର ଥାନା ଅଞ୍ଚଳରେ। ସନ୍ଧ୍ୟାରେ ନାବାଳିକାକୁ ଏକୁଟିଆ ପାଇ ଦୁଇ ଦୁବୃର୍ତ୍ତ ନାବାଳିକାକୁ ବଣକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥବା ଅଭିଯୋଗ ଆଣିଛନ୍ତି। ନାବାଳିକା ବିରୋଧ କରିବାରୁ ମାଡ ମାରିବା ପରେ ଦୁଇ ଦୁବୃର୍ତ୍ତଙ୍କୁ କାମୁଡି ଦୌଡି ପଳାଇ ଆସିଥିବା କହିଛନ୍ତି ପୀଡିତା।
ନାବାଳିକାଙ୍କ ବାପାଙ୍କ ମିଠା ଦୋକାନ ଥିବାବେଳେ ଘରକୁ ମିଠା ଆଣିବାକୁ ଯାଇଥିଲେ। ପୂର୍ବରୁ ଛକି ବସିଥିବା ସ୍ଥାନୀୟ ଅଞ୍ଚଳର ଦୁଇ ଦୁବୃର୍ତ୍ତ ଟେକି ନେଇଥିଲେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/attempt-to-rape-2026-02-01-10-35-38.jpg)