Advertisment

Minor Girl Taken Away: ପୁଣି ଲଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ

ସୋର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ନାବାଳିକାକୁ ଏକୁଟିଆ ପାଇ ଟେକି ନେଇଥିବା ଅଭିଯୋଗ। କୌଶଳକ୍ରମେ ନାବାଳିକା ଖସି ପଳାଇ ଆସିଥିବା କହିଲେ।

Attempt to Rape

Attempt to Rape Photograph: (OTV)

Advertisment

ସୋରରେ ଲଜ୍ଜା! ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସୋର ଥାନା ଅଞ୍ଚଳରେ। ସନ୍ଧ୍ୟାରେ ନାବାଳିକାକୁ ଏକୁଟିଆ ପାଇ ଦୁଇ ଦୁବୃର୍ତ୍ତ ନାବାଳିକାକୁ ବଣକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥବା ଅଭିଯୋଗ ଆଣିଛନ୍ତି। ନାବାଳିକା ବିରୋଧ କରିବାରୁ ମାଡ ମାରିବା ପରେ ଦୁଇ ଦୁବୃର୍ତ୍ତଙ୍କୁ କାମୁଡି ଦୌଡି ପଳାଇ ଆସିଥିବା କହିଛନ୍ତି ପୀଡିତା। 

Advertisment

ନାବାଳିକାଙ୍କ ବାପାଙ୍କ ମିଠା ଦୋକାନ ଥିବାବେଳେ ଘରକୁ ମିଠା ଆଣିବାକୁ ଯାଇଥିଲେ। ପୂର୍ବରୁ ଛକି ବସିଥିବା ସ୍ଥାନୀୟ ଅଞ୍ଚଳର ଦୁଇ ଦୁବୃର୍ତ୍ତ ଟେକି ନେଇଥିଲେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Rape Attempt On Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ