Advertisment

Rape And Murder Allegation: ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା; ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ୍ ଜାରି

ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନାବାଳିକାର ମୃତଦେହ ଉଦ୍ଧାର। ସ୍କୁଲ ଯିବାକୁ କହି ଘରୁ ବାହାରିଥିଲା ୧୦ ବର୍ଷୀୟା ନାବାଳିକା। ଘରକୁ ନ ଫେରିବାରୁ ଖୋଜାଖୋଜି ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର।

Rape And Murder Allegation

Rape And Murder Allegation Photograph: (OTV)

Advertisment

ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳରେ ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା ଅଭିଯୋଗ ଘଟଣାରେ ତଦନ୍ତ ଆରମ୍ଭ। ହତ୍ୟା ଘଟଣାରେ ୪ ଅଟକ। ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ ଚଳାଇଛି। 

Advertisment

ଏପଟେ ନ୍ୟାୟ ଦାବିରେ ୩ଟି ସ୍ଥାନରେ ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି। ହାଟପଟି, ମଧୁବାବୁ ଛକ ଓ ବସ୍ ଷ୍ଟାଣ୍ଡରେ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଏପଟେ ମୃତଦେହ ମିଳିଥିବା ଘଟଣାସ୍ଥଳ ନିକଟ ଚାନ୍ଦବାଲି ପଞ୍ଚାୟତ ଅଫିସରେ ଧଶେଇ ପଶିଛନ୍ତି ଉତ୍ତ୍ୟକ୍ତ ଲୋକେ। 

ଗତକାଲି ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ସ୍କୁଲ ଯିବାକୁ କହି ଘରୁ ବାହାରିଥିଲା ୧୦ ବର୍ଷୀୟା ନାବାଳିକା। ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ। ପରେ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ପାରିପାର୍ଶିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ନ୍ୟାୟ ଦାବିରେ ଗତକାଲି ବି ଟାୟାର ଜାଳି ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ।

Advertisment

ଚାନ୍ଦବାଲି ଲଜ୍ଜା; ୨ ଜଣଙ୍କୁ ଉଠାଇ ନେଲା ପୋଲିସ 
ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା !
ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନାବାଳିକାର ମୃତଦେହ ଉଦ୍ଧାର
ସ୍କୁଲ ଯିବାକୁ କହି ଘରୁ ବାହାରିଥିଲା ୧୦ ବର୍ଷୀୟା ନାବାଳିକା
ଘରକୁ ନ ଫେରିବାରୁ ଖୋଜାଖୋଜି ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର
ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ
CCTV ଫୁଟେଜ ଆଧାରରେ ସ୍ଥାନୀୟ ଅଞ୍ଚଳର ୨ ଜଣଙ୍କୁ ଉଠାଇ ନେଲା ପୋଲିସ

Rape And Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ