Advertisment

Minor Girl Allegedly Assaulted: ଚପଲ କିଣି ଦେବା ବାହାନାରେ ଛାତ୍ରୀଙ୍କୁ ଦୁଷ୍କର୍ମ ! ଘଟଣାର ତଦନ୍ତ କରୁଛି ପୋଲିସ

ଚପଲ କିଣି ଦେବା ବାହାନାରେ ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ନାବାଳିକାଙ୍କ ବାପା ମାଆ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି

BALIGUDA-RAPE

BALIGUDA-RAPE Photograph: (OTV)

Advertisment

ଚପଲ କିଣି ଦେବା ବାହାନାରେ ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ନାବାଳିକାଙ୍କ ବାପା ମାଆ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ସମ୍ପୃକ୍ତ ଛାତ୍ରୀଙ୍କୁ ଚପଲ କିଣିଦେବା ଲାଗି ଦାରିଙ୍ଗବାଡ଼ି ଯିବା କହି ଡାକି ନେଇଥିଲା । ଏକ ନିଛାଟିଆ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାର ଦାଦା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି ।. 

Advertisment

ନାବାଳିକଙ୍କୁ ଦୁଷ୍କର୍ମ ଅଭିଯୋଗ
ଚପଲ କିଣି ଦେବା ବାହାନାରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଘଟଣା
ନାବାଳିକାର ଦାଦାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ
ଘଟଣାର ତଦନ୍ତ କରୁଛି ଦାରିଙ୍ଗବାଡ଼ି ପୋଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ