Minor Rape Case Photograph: (OTV)
ଜଣେ ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଅଟକ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାପା ମାଆ ଦୁହେଁ ସମ୍ପର୍କୀୟଙ୍କ ଘରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏକୁଟିଆର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପରିବାର ଲୋକେ ଘଟଣା ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଓଡ଼ିଆ ନାବାଳକକୁ ଥାନାକୁ ଆଣି ପଚରାଉଚରା କରୁଛି। ନାବାଳକକୁ ଖୁବ୍ ଶୀଘ୍ର ଜୁଭେନାଇଲ ଜଷ୍ଟିସ କୋର୍ଟରେ ହାଜର କରାଯିବା ଯିବ ବୋଲି ପୋଲିସ ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/minor-rape-case-2026-02-09-11-03-26.jpg)