Advertisment

Minor Beaten to Death: ଡ୍ୟାମ୍ ବୁଲିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର, ମାଟ୍ରିକ ଛାତ୍ରଙ୍କୁ ପିଟିପିଟି ମାରିଦେଲେ

ମୟୂରଭଞ୍ଜର ତିରିଂ ଥାନା ଇନ୍ଦୁକୁଳି ଗାଁରେ ନାବାଳକଙ୍କୁ ପିଟିପିଟି ହତ୍ୟା। ଭିଡିଓ ଭାଇରାଲ ହେବା ପରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ। ଅନ୍ୟ ଜଣେ ନାବାଳକ ଗୁରୁତର ଭାବେ ଆହତ ହୋଇଛନ୍ତି।

Beaten To Death

Beaten To Death Photograph: (OTV)

Advertisment

ଛେଳି ଚୋରି ସନ୍ଦେହରେ ନାବାଳକଙ୍କୁ ହତ୍ୟା, ୧୨ ଗିରଫ। ମୟୂରଭଞ୍ଜର ତିରିଂ ଥାନା ଇନ୍ଦୁକୁଳି ଗାଁରେ ଅମାନବୀୟ ଘଟଣା। ଭିଡିଓ ଭାଇରାଲ ହେବା ପରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ। ସୋମବାର ଦୁଇ ନାବାଳକଙ୍କୁ ଛେଳି ଚୋରି ସନ୍ଦେହରେ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପରେ ଘଟଣାକୁ ଚାପି ରଖିଥିଲେ ଗ୍ରାମବାସୀ। 

Advertisment

ଭିଡିଓ ଭାଇରାଲ ପରେ ଏହି ବର୍ବରତା ଏବେ ସାମ୍ନାକୁ ଆସିଛି। ନିର୍ଦ୍ଦୟ ଭାବେ ପିଟି ପିଟି ଲହୁଲୁହାଣ କରିଥିଲେ। ଯେତେ କାକୁତି ମିନତି ହେଲେ ମଧ୍ୟ ଜଣେ କେହି ବି ଶୁଣି ନଥିଲେ। ଠେଙ୍ଗା ମାଡ଼ରେ ନାବାଳକ ଅଚେତ ହୋଇପଡ଼ିଥିଲେ। 

ସୂଚନା ପାଇବା ପରେ ତିରିଂ ପୁଲିସ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ସମୟରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିଲା। ତିରିଂ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି। 

Advertisment

ମୃତ ନାବାଳକ ବାଦାମପାହାଡ଼ ଥାନା ଅଞ୍ଚଳର ଭୁଟକାବାଦୀ ଗାଁ ବାସିନ୍ଦା ୧୫ ବର୍ଷର ସମ୍ବିତ ବିନ୍ଧାଣି ବୋଲି ଜଣାପଡିଛି। ଅନ୍ୟ ଗୁରୁତର ବହଳଦା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ପାଖ ଗାଁରେ ଥିବା ନେଶା ଡ୍ୟାମକୁ ବୁଲିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଛି। ତେବେ ମୃତ ନାବାଳକ ଜଣକ ହେଉଛନ୍ତି ଦଶମ ଛାତ୍ର। ଚଳିତ ବର୍ଷ ସେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ।

Youth Beaten To Death Mayurbhanj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ