Gangrape Case Photograph: (OTV)
ଲିଙ୍ଗିପୁର ଦୟା ନଦୀପଠା ପରେ ସହିଦ ନଗରରେ ଲଜ୍ଜା। ପୁଣି ରାଜଧାନୀ ଭୁବନେଶ୍ବରରେ ଗଣଦୁଷ୍କର୍ମ ଅଭିଯୋଗ। ଚାକିରି ଦେବାକୁ କହି ନାବାଳିକା ସହ ଅମାନବୀୟ କାମ। ସହିଦନଗରସ୍ଥିତ ଏକ ଭଡ଼ାଘରେ ଗଣଦୁଷ୍କର୍ମ ଅଭିଯୋଗ । ଏନେଇ ଥାନାରେ ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ନାବାଳିକା ଜଣଙ୍କୁ ଜାଣିଥିଲେ। ଡାଟାଏଣ୍ଟ୍ରି ଅପରେଟର୍ ଚାକିରି କରାଇଦେବାକୁ ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ଭୁବନେଶ୍ବର ଡାକିଥିଲା ଅଭିଯୁକ୍ତ। ଗତ ୧୮ ତାରିଖରେ ସହିଦ ନଗରର ଭଡ଼ାଘରକୁ ଡାକି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପୀଡ଼ିତା କୌଶଳକ୍ରମେ ସେଠାରୁ ଖସିଆସ ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଜାରି ରଖିଛି।
• ରାଜଧାନୀରେ ପୁଣି ଗଣଦୁଷ୍କର୍ମ ଅଭିଯୋଗ
• ଚାକିରି ଦେବାକୁ କହି ଜଣେ ନାବାଳିକାକୁ ଗଣଦୁଷ୍କର୍ମ !
• ଡାଟା ଏଣ୍ଟ୍ରି ଅପରେଟର ଚାକିରି ଦେବାକୁ କହି ଗଣଦୁଷ୍କର୍ମ !
• ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
• ଗତ ୧୮ ତାରିଖରେ ସହିଦନଗରରେ ଘଟିଥିଲା ଅମାନବୀୟ ଘଟଣା
• ଚାକିରି ଲୋଭ ଦେଖାଇ ପୀଡ଼ିତାଙ୍କୁ ଡାକିଥିଲା ଅଭିଯୁକ୍ତ
• ଅଭିଯୁକ୍ତକୁ ପୂର୍ବରୁ ଜାଣିଥିଲେ ପୀଡ଼ିତା
• ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସର ତଦନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/21/gangrape-case-2025-12-21-10-26-26.jpg)