DGP Photograph: (OTV)
କୋରାପୁଟରୁ ୨୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ଘଟଣାରେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିଛି କୋରାପୁଟ ପୋଲିସ। ଗଞ୍ଜେଇ ତେଲ ସାମ୍ରାଜ୍ୟର ମୂଳପୋଛ ପାଇଁ ଜୋରଦାର ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ ବି. ଖୁରାନିଆ ।
ତରଳ ଗଞ୍ଜେଇରୁ ଲାଭ ଅଧିକ
ଡିଜିପିଙ୍କ ସୂଚନା ଅନୁସାରେ, ଗଞ୍ଜେଇ ବ୍ୟାପକ ପରିମାଣରେ ଧରାପଡିବା ପରେ ଏବେ ମାଫିଆ ନୂଆ ନୀତି ଆପଣାଇଛନ୍ତି । ଫିଜିକାଲ ଭାବେ ଗଞ୍ଜେଇ ନନେଇ ଏବେ ତରଳ ଭାବେ ଗଞ୍ଜେଇରୁ ତିଆରି ତେଲ ବାହାରକୁ ଚାଲାଣ କରୁଛନ୍ତି। ଏସବୁକୁ ରୋକିବା ପାଇଁ ଜୋରଦାର ଅପରେସନ ଚାଲିଛି । ଡ୍ରୋନ୍ ଦ୍ୱାରା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।
ନିଶା ମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ ହେଉଛି । ଦଣ୍ଡବିଧାନ ମଧ୍ୟ ବ୍ୟାପକ ହେଉଛି । ୧ ଲିଟର ଗଞ୍ଜେଇ ତେଲର ମୂଲ୍ୟ ୧ କେଜି ଗଞ୍ଜେଇର ମୂଲ୍ୟ ଠାରୁ ବହୁ ଗୁଣରେ ଅଧିକ ଥିବାରୁ ଏବେ ନୂଆ ରାସ୍ତା ଆପଣାଉଛନ୍ତି ନିଶା ମାଫିଆ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/dgp-2026-02-27-14-50-54.jpg)