AIIMS Photograph: (OTV)
ଭୁବନେଶ୍ବର ଉପକଣ୍ଠ ସରକନ୍ତରାରେ AIIMS କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ ବଡ଼ ଅପଡେଟ୍ । ଘଟଣାର ମାଷ୍ଟରମାଇଣ୍ଡ ଶିବା ପ୍ରଧାନକୁ ଅଟକ ରଖିଲା କମିଶନରେଟ ପୋଲିସ । ଅଭିଯୁକ୍ତକୁ ମାରଣାସ୍ତ୍ର ସହ ଖଣ୍ଡଗିରି ଥାନା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି ।
ଗତ ଅକ୍ଟୋବର ୧୩ ତାରିଖ ଦିନ ସୁଧାଂଶୁଙ୍କୁ ହତ୍ୟା କରାଯାଇଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା। ମର୍ଡର ପରେ ଫେରାର ହୋଇଯାଇଥିଲା ମୁଖ୍ୟ ଅଭିଯୁକ୍ତ। ତେବେ ମାଷ୍ଟର ମାଇଣ୍ଡ ଶିବାକୁ ଧରିବାକୁ ପୂର୍ବରୁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକଙ୍କ ପରିବାର ଲୋକେ। ଆଜି ଶିବାକୁ ଥାନାରେ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି।
AIIMS କର୍ମଚାରୀ ହତ୍ୟା: ଧରାପଡ଼ିଲା ମାଷ୍ଟର ମାଇଣ୍ଡ
ଭୁବନେଶ୍ବର ଉପକଣ୍ଠ ସରକନ୍ତରାରେ AIIMS କର୍ମଚାରୀ ହତ୍ୟା ମାମଲା
ମାଷ୍ଟରମାଇଣ୍ଡ ଶିବା ପ୍ରଧାନକୁ ଅଟକ ରଖିଲା କମିଶନରେଟ ପୋଲିସ
ଅଭିଯୁକ୍ତକୁ ମାରଣାସ୍ତ୍ର ସହ ଅଟକ ରଖିଲା ଖଣ୍ଡଗିରି ପୋଲିସ
AIIMS କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଅକ୍ଟୋବର ୧୩ରେ କରାଯାଇଥିଲା ହତ୍ୟା
ପୂର୍ବରୁ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ
ମାଷ୍ଟର ମାଇଣ୍ଡ ଶିବା ପ୍ରଧାନ ଘଟଣା ଦିନଠୁ ଫେରାର ଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/10/aiims-2025-11-10-18-18-08.jpg)