Murder Photograph: (OTV)
ବୁର୍ଖା ନପିନ୍ଧିବାରୁ ଶାସ୍ତି। ବିନା ବୁର୍ଖାରେ ବାପ ଘରକୁ ଯାଇଥିବା ପତ୍ନୀ ଓ ଦୁଇ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖାଲି ହତ୍ୟାରେ କଥା ଅଟକି ଗଲାନି, ଶବକୁ ଘର ଭିତର ଅଗଣାରେ ୯ ଫୁଟ ମାଟି ତଳେ ପୋତି ଦିଆଗଲା। ମାଟି ଉପରେ ଚଟାଣ କରି ପ୍ରମାଣକୁ ସବୁଦିନ ପାଇଁ ଚାପିଦେବାକୁ ବଡ଼ ଷଡ଼ଯନ୍ତ୍ର କରାଗଲା। ଏସବୁ ପଛର ସୈତାନର ପରିଚୟ ଜାଣିଲେ ବିଶ୍ବାସ କରିହେବ ନାହିଁ। ସେ ହେଉଛି ନିଜେ ସ୍ବାମୀ। ନିଜ ସ୍ବାମୀ ପତ୍ନୀଙ୍କୁ ମାରିବା ପରେ ଦୁଇ ଛୁଆଙ୍କୁ ମାରିଛି। ତେବେ ଆସନ୍ତୁ ଜାଣିବା କେଉଁଠି ଘଟିଛି, ଏମିତି କାଣ୍ଡ।
ଏମିତି ଚାଲିଥିଲା ହସଖୁସିର ସଂସାର
ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର କାନ୍ଧଲା ଥାନା ଅଞ୍ଚଳର ଗଢ଼ି ଦୌଲତ ଗାଁର ଫାରୁକ୍। ଜଣେ ରୋଷେୟା ଭାବରେ କାମ କରେ। ବିଭିନ୍ନ ବିବାହ କାର୍ଯ୍ୟକ୍ରମରେ କାମ କରିବାକୁ ଯାଏ। ସେ ତା ପତ୍ନୀ ୩୨ ବର୍ଷୀୟା ତାହିରା ଏବଂ ପାଞ୍ଚ ପିଲାଙ୍କ ସହିତ ଗାଁରେ ରହୁଥିଲା। ପିଲା କହିଲେ ଆଫରିନ, ଅସମିନ, ସେହରିନ, ବିଲାଲ ଏବଂ ଅର୍ସଦ । ହସଖୁସିରେ ସଂସାର ଚାଲିଥିଲା। ଫାରୁକ୍ ତା ବାପାମାଙ୍କ ସହିତ ଗଲା କିଛି ମାସ ତଳେ ପାଟିତୁଣ୍ଡ ହେବାରୁ ସେ ଅନ୍ୟ ଏକ ସ୍ଥାନରେ ପତ୍ନୀ ଓ ଛୁଆଙ୍କ ସହିତ ରହୁଥିଲା।
ହଠାତ୍ ଗାଏବ ହୋଇଗଲେ ୩ ଜଣ
ହଠାତ୍ ଫାରୁକର ପତ୍ନୀ ଏବଂ ଦୁଇ ଝିଅ ଗାଏବ ହେଇଗଲେ। ଛଅ ଦିନ ଧରି ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ମିଳିଲା ନାହିଁ। ଫାରୁକର ବାପା ଦାଉଦ ତାକୁ ତା ପତ୍ନୀ ଏବଂ ଝିଅମାନଙ୍କ ବିଷୟରେ ବାରମ୍ବାର ପଚାରିଥିଲେ। କିନ୍ତୁ ସେ ବିଭିନ୍ନ ଆଳ ଦେଖାଇ ଏଡ଼ାଇ ଯାଉଥିଲା। ସେମାନେ ଶାମଲିର ଏକ ଭଡ଼ା ଘରେ ରହୁଥିବା ଫାରୁକ ଅନେକ ସମୟରେ କହୁଥିଲା। କିନ୍ତୁ ଦାଉଦଙ୍କ ମନକୁ ପାପ ଛୁଇଁଥିଲା। ହତ୍ୟାକାଣ୍ଡର ତିନି ଦିନ ତଳେ ଫାରୁକ ତା ପତ୍ନୀଙ୍କ ପୋଷାକ ପୋଡ଼ି ଦେଇଥିଲା। ଯାହା ସନ୍ଦେହକୁ ଆହୁରି ବଳ ଯୋଗାଇଥିଲା। ପୁଲିସକୁ ପରିବାର ଲୋକେ ସୂଚନା ଦେଲେ। ପୁଲିସ ଏହି ସୂଚନା ଆଧାରରେ ଘଟଣାର ତଦନ୍ତ କରିବାରୁ ଯାହା ସାମନାକୁ ଆସିଲା ପରିବାରର ପାଦ ତଳୁ ମାଟି ଖସିଯାଇଥିଲା।
ଏତେ ନିଷ୍ଠୁର ହେଇପାରେ ମଣିଷ!
ଏହି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ପରବର୍ତ୍ତୀ ସମୟରେ ଭଲ ନଥିଲା। ଗଲା ମାସେ ତଳେ ପତ୍ନୀ ବୁର୍ଖା ନପିନ୍ଧି ବାପଘରକୁ ଯାଇଥିଲେ। ଏହା ଫାରୁକର ପ୍ରତିଷ୍ଠାକୁ କୁଆଡ଼େ କ୍ଷୁର୍ଣ୍ଣ କରିଥିଲା। ଏଥିରେ ରାଗିଯାଇଥିଲା ଫାରୁକ। ଡିସେମ୍ବର ୧୦ ତାରିଖ ଦିନ ପ୍ରାୟ ୧୨ଟା। ରୋଷେଇ ଘରେ ପତ୍ନୀ ତାହିରାଙ୍କୁ ଗୁଳି କରି ହତ୍ୟା କଲା ଫାରୁକ। ଯେତେବେଳେ ବଡ଼ ଝିଅ ଆଫରିନ ଉଠି ରୋଷେଇ ଘରକୁ ଦୌଡ଼ି ଆସିଥିଲା, ଫାରୁକ ତାକୁ ମଧ୍ୟ ଛାଡ଼ିନଥିଲା। ଗୁଳି କରି ହତ୍ୟା କରିଥିଲା। ଯେତେବେଳେ ଦ୍ୱିତୀୟ ଝିଅ ସହରିନ ପହଞ୍ଚିଲା ତାର ଗଳାକାଟି ହତ୍ୟା କରିଥିଲା। ଘର ଭିତରେ ରକ୍ତର ତାଣ୍ଡବ ରଚୁଥିଲା ସୈତାନ।
ତିନି ଜଣଙ୍କୁ ହତ୍ୟା କରିବା ପରେ ଫାରୁକ ସେମାନଙ୍କ ମୃତଦେହକୁ ଶୌଚାଳୟ ପାଇଁ ଅଗଣାରେ ଖୋଳାଯାଇଥିବା ଏକ ୯ ଫୁଟ ଗଭୀର ଗାତରେ ପୋତି ଦେଇଥିଲା। ଉପରୁ ଚଟାଣରେ ଘୋଡ଼ାଇ ଦିଆଯାଇଥିଲା। ପୁଲିସ ଯେତେବେଳେ ଫାରୁକକୁ ଧରିଲା, ତା ମୁହଁରୁ ଏମିତି ହତ୍ୟାକାଣ୍ଡ କଥା ଶୁଣି ପୁଲିସ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ଘର ଭିତରେ ଗାତ ଖୋଳି ତିନିଟି ମୃତଦେହ ଉଦ୍ଧାର କରାଯାଇଥିଲା। କୌଣସି ରାକ୍ଷସଠାରୁ କମ୍ ନଥିଲା ଫାରୁକ୍ । ଏହି ଘଟଣାକୁ ଗାଁ ଲୋକ ସହଜରେ ବିଶ୍ୱାସ କରିପାରିନଥିଲେ । କିନ୍ତୁ ମୃତଦେହ ମିଳିବା ପରେ ସମସ୍ତେ ଫାରୁକର ନିନ୍ଦା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/23/murder-2025-12-23-15-36-23.jpg)