Man alleges assault by pilot Photograph: (OTV)
ଦିଲ୍ଲୀ ବିମାନବନ୍ଦରରେ ପାଇଲଟଙ୍କ ଗୁଣ୍ଡାଗର୍ଦ୍ଦି। ପାଇଲଟ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ୍ କ୍ୟାପ୍ଟେନ ବୀରେନ୍ଦ୍ର ସେଜୱାଲ ଯାତ୍ରୀ ଅଙ୍କିତ ଦିୱାନଙ୍କୁ ଆକ୍ରମଣ କରି ଆହତ କରିଛନ୍ତି। ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଛି। ଆହତ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA), ଏୟାର ଇଣ୍ଡିଆ ଏବଂ ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଛନ୍ତି। ସେ ପାଇଲଟଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଘଟଣା ପରେ, ବିମାନ କମ୍ପାନୀ ଅଭିଯୁକ୍ତ ପାଇଲଟଙ୍କୁ ତଦନ୍ତ ପର୍ଯ୍ୟନ୍ତ ନିଲମ୍ବିତ କରିଛି।
'X'ରେ ଏକ ପୋଷ୍ଟରେ ଅଙ୍କିତ ଦିୱାନ କହିଛନ୍ତି, 'ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୧ (T1) ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ୟାପ୍ଟେନ ବୀରେନ୍ଦ୍ର ସେଜୱାଲ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ତାଙ୍କ ୭ ବର୍ଷର ଝିଅ ଏବେ ବି ଭୟଭୀତ ଅଛି।'
ପୀଡିତ ବ୍ୟକ୍ତି କହିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ପରିବାରକୁ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ସୁରକ୍ଷା ଚେକପଏଣ୍ଟ ବ୍ୟବହାର କରିବାକୁ କୁହାଯାଇଥିଲା କାରଣ ସେମାନଙ୍କର ଏକ ଷ୍ଟ୍ରୋଲରରେ ଏକ ୪ ମାସର ଶିଶୁ ଥିଲା। ଷ୍ଟାଫମାନେ ତାଙ୍କ ଆଗରେ ଥିବା ଲାଇନ୍ ଭାଙ୍ଗି ଯାଉଥିଲେ। ଯେତେବେଳେ ସେ ଏହାର ବିରୋଧ କଲେ, କ୍ୟାପ୍ଟେନ ବୀରେନ୍ଦ୍ର ସେଜପାଲଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା।
କ୍ୟାପଟେନ୍ ଚିତ୍କାର କରି କହିଥିଲେ, "ତୁମେ କ'ଣ ଅଶିକ୍ଷିତ? ତୁମେ କ'ଣ ଏହି ପ୍ରବେଶ ଦ୍ବାର କର୍ମଚାରୀଙ୍କ ପାଇଁ ବୋଲି ଲେଖାଥିବା ଫଳକଟି ପଢ଼ିନାହଁ କି?" ତା'ପରେ ପାଇଲଟ୍ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଛନ୍ତି।
ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଏ ନେଇ ଏକ ବିବୃତ୍ତି ଜାରି କରିଛି। ଏୟାରଲାଇନ୍ସ, "ଆମେ ଏପରି ଆଚରଣକୁ ଦୃଢ଼ ନିନ୍ଦା କରୁଛୁ। ତଦନ୍ତ ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟକାରୀ ଦାୟିତ୍ୱରୁ ବହିଷ୍କାର କରାଯାଇଛି। ତଦନ୍ତର ଫଳାଫଳ ଆଧାରରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/20/man-alleges-assault-by-pilot-2025-12-20-11-45-14.jpg)