Mamata-on-Durgapur-Case Photograph: (OTV)
ମମତା ସରକାରଙ୍କ ଉପରେ ବଢୁଛି ଅସନ୍ତୋଷ । ଧୀରେ ଧୀରେ ବଢ଼ିଲାଣି ଲୋକଙ୍କ ପ୍ରତିବାଦ । ଦେଢ଼ ଦିନ ହେଲା ଚୁପ୍ ଥିଲେ, ଏବେ ବାଢ଼ୁଛନ୍ତି ବିତଣ୍ଡା ଯୁକ୍ତି । ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହଁ ଖୋଲି ଅଜବ ଯୁକ୍ତି କରିଛନ୍ତି । ମମତା କହିଛନ୍ତି, ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦେବା ଉଚିତ ନୁହେଁ । ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା କ’ଣ । ଘରୋଇ ମେଡିକାଲ୍ କଲେଜ ଝିଅମାନଙ୍କ ଦାୟିତ୍ବ ଠିକ୍ ଭାବେ ନେବା ଦରକାର । ଏପରି ଘଟଣା ମଣିପୁର, ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶାରେ ଘଟିଛି । ଆମେ ଭାବୁଛୁ ସେଠାରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ।
ମମତାଙ୍କ ଏ ଯୁକ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମମତାଙ୍କୁ କଡ଼ା କାଉଣ୍ଟର କରି ପ୍ରତାପ କହିଛନ୍ତି, ଓଡ଼ିଶାରେ ଯେଉଁ ଘଟଣା ଘଟୁଛି ଓଡ଼ିଶା ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଉଛନ୍ତି । RG କର ହସ୍ପିଟାଲ ଘଟଣାରେ ମମତା କଣ କଲେ ତାହା ସମସ୍ତେ ଜାଣିଛନ୍ତି । ଅନୁପ୍ରବେଶକାରୀକୁ ପ୍ରୋତ୍ସାହନ ଓ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛନ୍ତି ମମତା । ଆମର ଦାବି ପ୍ରଥମେ ପୀଡ଼ିତାକୁ ନ୍ୟାୟ ଦିଆଯାଉ, ସବୁ ଅପରାଧୀଙ୍କୁ ଧରାଯାଉ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାଲେଶ୍ବର ADM ଓ ଅତିରିକ୍ତ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ମମତାଙ୍କ ଏପରି ବୟାନ ପରେ ପ୍ରଶ୍ନ ଉଠୁଛି, ଓଡ଼ିଆ ଝିଅ ପାଇଁ ମମତାଙ୍କ କାହିଁକି ନାହିଁ ଦରଦ ? ନିଜେ ଜଣେ ନାରୀ ହୋଇ ଏମିତି କହିପାରୁଛନ୍ତି କେମିତି ? ମମତା ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚାହୁଁଛନ୍ତି କି ? ଅଭିଯୁକ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେନି କାହିଁକି ? ସବୁ ପରେ ବି ବର୍ତ୍ତମାନ ମମତା ଦେଇଥିବା ବିବୃତ୍ତି ସମସ୍ତଙ୍କୁ ଆହୁରି ବ୍ୟଥିତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/13/mamata-on-durgapur-case-2025-10-13-09-24-58.jpg)