Malkangiri-SEX-RACKET-BUSTED Photograph: (OTV)
ବାହାରେ କିଟ୍ କିଟ୍ ଅନ୍ଧାର । ଆଉ ରୁମ୍ ଭିତରେ ମେଣ୍ଟୁଥିଲା ଶୋଷ । ରାତିରେ ଅନ୍ଧାରରେ ଏମାନେ ଥିଲେ ରାଣୀ । ଖୁଲମ ଖୁଲମ ଚାଲିଥିଲା ଦେହ ବେପାର । ଆସୁଥିଲେ ଗ୍ରାହକ, ହେଉଥିଲା ମୁଲଚାଲ୍ । ନିଜ ଇଚ୍ଛା ଅନୁସାରେ ଯୋଗାଇ ଦିଆଯାଉଥିଲା ତରୁଣୀ । ଏସବୁ ଭିତରେ ପଶିଆସିଲା ପୋଲିସ । କ୍ଷଣିକେ ମଧ୍ୟରେ ସମସ୍ତେ ଛିନଛତ୍ର ହୋଇଯାଇଥିଲେ । ମାଲକାନଗିରି ଜିଲ୍ଲା ସଦରରେ ପାତ୍ରଗୁଡାରେ ଭଡ଼ା ଘରେ ଚାଲିଥିଲା ଦେହ ବେପାର । ପଡ଼ିଥିଲା ବେଡ୍, ବିଛାଯାଇଥିଲା ସୁନ୍ଦର ଚାଦର । ଗ୍ରାହକଙ୍କୁ ଖୁସ କରିବାକୁ ରୁମରେ ଥିଲା ସୁନ୍ଦର ଫୁଲ କୁଣ୍ଡ । ଫୁଲକୁ ମହକ ଦେବାକୁ ସଜେଇ ହୋଇ ରହିଥିଲେ ମହୁମାଛି । ଭୋକ ମେଣ୍ଟାଇବା ପାଇଁ ଆସୁଥିଲେ ଗ୍ରାହକ । ଶୋଷ ମେଣ୍ଟିବା ପରେ ସାଧାରଣ ମଣିଷ ପରି ପଳାଇ ଯାଉଥିଲେ ।
ପାତ୍ରଗୁଡାରେ ଏକ ଭଡା ଘରେ ଦେହ ବେପାର ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲା ମାଲକାନଗିରିର ପୋଲିସ । ରାତି ଅନ୍ଧାରରେ ପୋଲିସକୁ ଦେଖି ସମସ୍ତେ ହୋଇଯାଇଥିଲେ କାବା । ଯିଏ ଯୁଆଡେ ପାରିଲା ସିଏ ଦୌଡ଼ିଥିଲା । ହେଲେ ପୋଲିସ ହାତରେ ଧରାପଡ଼ିଯାଇଥିଲେ ୨ ଦେହଜୀବୀ । ପୋଲିସ ଜଣେ ପୁରୁଷ ମାଷ୍ଟର ମାଇଣ୍ଡ ସହ ରାଣୀ ମହୁମାଛି ଗିରଫ କରିଥିଲା । ଗିରଫ ଦୁଇ ଦେହଜୀବୀ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଗିରଫ ଗ୍ରାହକ ମାନେ ଛତିଶଗଡ଼ର ସୁକୁମା ଜିଲ୍ଲାର ବୋଲି ଜଣାପଡିଛି । ପୁଲିସ ଗୋଟିଏ ସ୍କରପିଓ ଓ ଦୁଇଟି ମଟର ସାଇକେଲ ଜବତ କରିଥିବା ବେଳେ କିଛି ଆପତ୍ତି ଜଣକ ଜିନିଷ ଓ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/02/malkangiri-sex-racket-busted-2025-11-02-17-20-56.jpg)