Advertisment

Major Crackdown on Cow Smugglers: ଗୋ-ମାଫିଆଙ୍କ ଉପରେ ବଡ଼ ଆକ୍ସନ୍; ୧୦୦ କୋଟିର ସମ୍ପତ୍ତି ଜବତ, ଟଙ୍କା ଦେଖି ଛାନିଆ ପୋଲିସ୍

ଗୋ-ମାଫିଆଙ୍କ ଉପରେ ବଡ଼ ଆକ୍ସନ୍। କେନ୍ଦୁଝରରୁ ମାମଲା, ୫ ଜିଲ୍ଲାରେ ରେଡ୍। ଭଦ୍ରକର ଶେଖ୍ ତାଜୁଦ୍ଦିନ ଘରୁ ମିଳିଲା ଲକ୍ଷାଧିକ ଟଙ୍କା। ଶେଖ୍ ତାଜୁଦ୍ଦିନଙ୍କ ନାଁରେ କେନ୍ଦୁଝରରେ ଏକାଧିକ ମାମଲା।

Cow Smugglers

Cow Smugglers Photograph: (OTV)

Advertisment

ଗୋ-ମାଫିଆଙ୍କ ଉପରେ ବଡ଼ ଆକ୍ସନ୍। ଦୀର୍ଘ ଦିନ ଧରି ବେଆଇନ ଗୋ ଚାଲାଣ କରୁଥିବା ମାଫିଆଙ୍କୁ ଆଉ ବରଦାସ୍ତ କରାଯିବନି। କେନ୍ଦୁଝରରୁ ଆରମ୍ଭ ହୋଇଥିବା ଏହି ରେଡ୍ ଏବେ ୫ରୁ ଅଧିକ ଜିଲ୍ଲାରେ ହେଇଛି। ଭଦ୍ରକର ଶେଖ୍ ତାଜୁଦ୍ଦିନ୍ ଘରେ କେନ୍ଦୁଝର ପୋଲିସ୍ ଚଢ଼ାଉ କରିବା ପରେ ଅନେକ ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି। 

Advertisment

କେନ୍ଦୁଝରରୁ ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଯାଏଁ ମାଫିଆ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ। ଏସବୁକୁ ଜବତ କରିବାରେ ଲାଗିଛି ପୋଲିସ୍।ଆଉ ଏଇ ରେଡ୍ ପରେ ମାଫିଆଙ୍କ କଳା ସାମ୍ରାଜ୍ୟର ଖେଲ୍ ଖତମ୍ ହେବ। ଏସବୁ ଭିତରେ ମୟୂରଭଞ୍ଜରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ବଡ଼ ଗୋରୁ ଚାଲାଣ ରାକେଟର ପର୍ଦ୍ଦାଫାସ୍ କରିଥିଲା ପୋଲିସ୍।

ସେପଟେ ଗୋ-ମାଫିଆଙ୍କ ୧୦୦ କୋଟିର ସମ୍ପତ୍ତି ଜବତ ହୋଇଛି। କେଜି କେଜି ସୁନା, ରୁପା ଅଳଙ୍କାର ମିଳିଛି। ବେଆଇନ ଟଙ୍କାରେ ଗୋ-ମାଫିଆ ତୋଳିଥିଲେ ବଡ଼ କୋଠା। ମାଫିଆ ଘରେ ଏତେ ଟଙ୍କା ଦେଖି ଛାନିଆ ପୋଲିସ୍।

Advertisment

ସାବାଡ୍ ହେବେ ଗୋ-ମାଫିଆ 
ଗୋ-ମାଫିଆଙ୍କ ଉପରେ ବଡ଼ ଆକ୍ସନ୍ 
କେନ୍ଦୁଝରରୁ ମାମଲା, ୫ ଜିଲ୍ଲାରେ ରେଡ୍ 
ଭଦ୍ରକର ଶେଖ୍ ତାଜୁଦ୍ଦିନ ଘରୁ ମିଳିଲା ଲକ୍ଷାଧିକ ଟଙ୍କା
ଶେଖ୍ ତାଜୁଦ୍ଦିନଙ୍କ ନାଁରେ କେନ୍ଦୁଝରରେ ଏକାଧିକ ମାମଲା 
ମୟୂରଭଞ୍ଜରୁ ଗଳା ବାଟେ ପଶ୍ଚିମବଙ୍ଗ ହେଉଛି ଚାଲାଣ
ଭଦ୍ରକରେ ମାଷ୍ଟରମାଇଣ୍ଡ, ମୟୂରଭଞ୍ଜରେ ମାଫିଆ 

cow smuggler raid Cow Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ