Advertisment

Lover Drinks Poison: ଫାଙ୍କିଦେଲା ପ୍ରେମିକା , ଥାନାରେ ବିଷ ପିଇଦେଲା ପ୍ରେମିକ

ଥାନା ଭିତରେ, ପ୍ରେମିକା ସାମ୍ନାରେ ଢକ୍ ଢକ୍ କରି ବିଷ ପିଇଦେଲା ପାଗଳ ପ୍ରେମିକ। ନିଜ ପ୍ରେମ ପାଇଁ ପାଗଳ ଦିୱାନା ସାଜିଥିବା ପ୍ରେମିକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳନିଆଁ ଗାଁର ବିପିନ୍ ବିହାରି କୁଆଁର।

ANANDAPUR-PREMIKA-PANI-BISHA

ANANDAPUR-PREMIKA-PANI-BISHA Photograph: (OTV)

Advertisment

ଆମ ତିନି ବର୍ଷର ପ୍ରେମ ସମ୍ପର୍କ କ’ଣ ତୁ ଏତେ ଶୀଘ୍ର ଭୁଲିଗଲୁ? ମୁଁ ଆଉ ଭଲ ଲାଗୁନି ନା ମୋ ଠାରୁ ଆଉ ଭଲ ତତେ କିଏ ମିଳିଗଲା? ତତେ ନେଇ କେତେ ସ୍ୱପ୍ନ ଦେଖିଥିଲି, କେତେ କଥା ଭାବିଥିଲି… ହେଲେ ତୁ ଏ କଣ କଲୁ? ହଉ ତୁ ଯଦି ମୋର ନ ହେବୁ, ତାହେଲେ ମୋର ଏ ଜୀବନ ରଖି କି ଲାଭ?

Advertisment

ଥାନା ଭିତରେ, ପ୍ରେମିକା ସାମ୍ନାରେ ଢକ୍ ଢକ୍ କରି ବିଷ ପିଇଦେଲା ପାଗଳ ପ୍ରେମିକ। ନିଜ ପ୍ରେମ ପାଇଁ ପାଗଳ ଦିୱାନା ସାଜିଥିବା ପ୍ରେମିକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳନିଆଁ ଗାଁର ବିପିନ୍ ବିହାରି କୁଆଁର। ଖବର ଅନୁସାରେ ବିପିନ ଗତ ୩ ବର୍ଷ ଧରି ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ମଧୁର ସମ୍ପର୍କ ଗଢ଼ି ଉଠିଥିଲା। ଏ ଲୁଚାଛପା ପ୍ରେମକୁ ବାସ୍ତବ ରୂପ ଦେବା ପାଇଁ ବିପିନ୍, ଯୁବତୀ ଜଣଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ କଣ ହେଲା କେଜାଣି ବିପିନଙ୍କ ଏ ପ୍ରସ୍ତାବକୁ ସେ ଗ୍ରହଣ କରିବା ବଦଳରେ ବାଏଁ ବାଏଁ ଉଡ଼ାଇ ଦେଇଥିଲେ। ଖାସ୍ ସେଇଥି ପାଇଁ ଆଜି ଏତେ କାଣ୍ଡ ଘଟି ଯାଇଛି। 

ଯୁବତୀ ଜଣକ ବିପିନଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ସହିତ ଥାନାରେ ଏତଲା ବି ଦେଇଥିଲେ। ଅଭିଯୋଗ ଆଧାରରେ ଆଜି ସ୍ଥାନୀୟ ନନ୍ଦିପଦା ପୋଲିସ୍ ଉଭୟ ପରିବାରକୁ ଥାନାକୁ ଡାକି ପଚରା ଉଚରା କରୁଥିଲା। ଆପୋଷ ସମାଧାନ ପାଇଁ ଆଲୋଚନା ଚାଲିଥିବା ବେଳେ ଏତେ କାଣ୍ଡ ଘଟି ଯାଇଛି। ତେବେ ସଦ୍ୟତମ ସୂଚନା ଅନୁସାରେ ବିପିନ ବର୍ତ୍ତମାନ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହେଲେ ଏ ନେଇ ଝିଅ ଘର କିମ୍ବା ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ