Advertisment

Lucknow Shocked: ଭାଣିଜୀକୁ ଡୁଙ୍ଗୁଥିଲା, ମାମୁକୁ ମାରିଦେଲା ... ମଦ ପିଇବାକୁ ଡାକି କାଠ ଫାଳିଆରେ ପିଟି ହତ୍ୟା

୨୯ ଡିସେମ୍ବର ୨୦୨୫ । ୨୦୨୫ ସରିସରି ଆସୁଥାଏ, ତେଣୁ ଅଲମାସକୁ ଫୋନ୍ କରି ମଦ ପିଇବାକୁ ଡାକେ ରମଜାନର ସାଙ୍ଗ ଅରମାନ୍ । ସନ୍ଧ୍ୟା ୭.୩୦ରେ ଘରୁ ବାହାରିଯାଏ ଅଲମାସ୍ । ବାସ୍ ଗଲାଯେ ଗଲା ଆଉ ଘରକୁ ଫେରିଲାନି ପୁଅ ।

LUCKNOW-MURDER

LUCKNOW-MURDER Photograph: (OTV)

Advertisment

ଭାଣିଜୀକୁ ଡୁଙ୍ଗୁଥିଲା, ମାମୁ ବହେ ଗାଳିକଲା । ସହିପାରିଲାନି ଲାଇନମରା ଅଭିଯୁକ୍ତ, ମାମୁକୁ ଉପରକୁ ପଠେଇଦେଲା । ନୂଆବର୍ଷରେ ନାଚଗୀତରେ ମଜିଥାନ୍ତା, ହେଲେ ଏବେ ଜେଲରେ ଚକି ପେଶିଲା ।  ବୀଭତ୍ସ ! ବୀଭତ୍ସ ! ବୀଭତ୍ସ ! ସେ ଦୃଶ୍ୟ ଦେଖିପାରିବେ ନାହିଁ , କାରଣ ଆପଣ ଦେଖିଲେ ଥରିଉଠିବେ ।

Advertisment

୩ ମୁଖ୍ୟ ଅଭିଯୁକ୍ତ ରମଜାନ୍ , ଅରମାନ୍ ଓ ସୂରଜ । ଏଇ ତିନି ଜଣଙ୍କ ବୟସ ବେଶୀ ନୁହେଁ ୨୨/୨୩ ଭିତରେ । ହେଲେ ଏ ତିନିହେଁ ଯାହା ଘଟାଇଛନ୍ତି ତାହା ବଡ଼ବଡ଼ ଅପରାଧୀ ବି ଘଟାଇନଥିବେ । ଅଲମାସ୍ ଏବେ ଆଉ ଏ ଦୁନିଆରେ ନାହାନ୍ତି । ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି ଏଇ ୩ ଯୁବକ। 

ତେବେ କାହିଁକି ମାରିଲେ ? କି ଭୁଲ୍ କରିଥିଲେ ଅଲମାସ୍ ? ଅଲମାସ୍ ଏ ୩ଜଣଙ୍କର କି କ୍ଷତି କରିଥିଲେ ? ଦର୍ଶକ ବନ୍ଧୁ ଅଲମାସଙ୍କ ଘର ହେଉଛି ଉତ୍ତର ପ୍ରଦେଶ ମୋହନଲାଲଗଞ୍ଜ ଥାନା ଅଧିନ ମାଉ ଗାଁରେ । ୩ ଅଭିଯୁକ୍ତ ରମଜାନ୍, ଅରମାନ୍ ଆଉ ସୂରଜର ଘର ମଧ୍ୟ ସେଇ ଗାଁରେ । କହିବାକୁ ଗଲେ ପଡ଼ୋଶୀ ସେମାନେ । ମୃତ ଅଲମାସଙ୍କ ଭାଣିଜୀକୁ ମୁଖ୍ୟ ଅଭିଯୁକ୍ତ ରମଜାନ୍ ଏକତରଫା ଭାବେ ପ୍ରେମ କରୁଥିଲା । ଅନେକଥର ପ୍ରେମ ନିବେଦନ ମଧ୍ୟ କରିଛି ।

Advertisment

ଏକଥା ମାମୁ ଅଲମାସ୍ ଜାଣିବା ପରେ ରମଜାନକୁ ପ୍ରବଳ ଗାଳି କରିଥିଲେ । ମନେମନେ ସେ ତ ଅନେକ ଦିନୁ ପ୍ରେମ କରୁଥିଲା। କିନ୍ତୁ ଭାଣିଜୀକୁ ପ୍ରେମ କରି ମାମୁଠାରୁ ମାଡ଼ ଖାଇବା ଘଟଣା ଏଇ ୧୫/୨୦ ଦିନ ତଳର । ମାଡ଼ ଖାଇ ଅପମାନିତ ହେବାପରେ ଚୁପଚାପ୍ ରହିଯାଇଥିଲା ରମଜାନ୍ । ଅଲମାସ୍ ଓ ତା ପରିବାର ଭାବିଲେ ସୁଧୁରିଗଲା ରମଜାନ୍ । ହେଲେ ସିଏଯେ ମନେମନେ ରକ୍ତଚାଉଳ ଚୋବାଉଛି ତାହା କେହି ଠଉରାଇ ପାରିନଥିଲେ । ଅପମାନିତ ହେବାର କଣ୍ଟା ରମଜାନର ସର୍ବାଙ୍ଗରେ ଫୁଟି ଯେମିତି ପୂଜରକ୍ତ ତିଆରି କରିସାରିଥିଲା । ସେ ପ୍ଲାନ କଲା ତାକୁ ଯିଏ ଅପମାନିତ କରିଛି, ମାଡ଼ ମାରିଛି ଏ ଦୁନିଆରେ ତାର ରହିବାର କୌଣସି ଅଧିକାର ନାହିଁ । 

୨୯ ଡିସେମ୍ବର ୨୦୨୫ । ୨୦୨୫ ସରିସରି ଆସୁଥାଏ, ତେଣୁ ଅଲମାସକୁ ଫୋନ୍ କରି ମଦ ପିଇବାକୁ ଡାକେ ରମଜାନର ସାଙ୍ଗ ଅରମାନ୍ । ସନ୍ଧ୍ୟା ୭.୩୦ରେ ଘରୁ ବାହାରିଯାଏ ଅଲମାସ୍ । ବାସ୍ ଗଲାଯେ ଗଲା ଆଉ ଘରକୁ ଫେରିଲାନି ପୁଅ । ତେବେ ଅଲମାସ୍ ଗଲା କୁଆଡେ ? ମର୍ଡର ପାଇଁ ପ୍ଲାନ କରି ରମଜାନ୍ ଅଲମାସକୁ ଅରମାନ ଦ୍ବାରା ଫୋନ୍ କରି ଡକାଇଥିଲା । ଗାଁ ପାଖ କେନାଲ ବନ୍ଧ ପାଖକୁ ସେମାନେ ଯାଇଥିଲେ । ସେଠି ରମଜାନ, ଅରମାନ୍ ଓ ସୂରଜ ଥିଲେ । ଅଲମାସ୍ ପହଞ୍ଚିବା ପରେ ଗୋଟେ କାଠ ଫାଳିଆରେ ତା ମୁଣ୍ଡକୁ ଚପାକସ ପାହାର ପକେଇଥିଲା ରମଜାନ୍ । ସେ ପାହାର ଥିଲା ପ୍ରତିଶୋଧର । ପ୍ରତିଶୋଧର ପ୍ରହାର ପରେ ବେହୋସ ହୋଇପଡ଼ିଥିଲା୨୩ ବର୍ଷୀୟ ଅଲମାସ୍ । ତାପରେ ତାଙ୍କ ମୁଣ୍ଡ ଓ ମୁହଁକୁ ଅତି ନୃଶଂସ ଭାବେ ୩ଜଣ ଜାକ କାଠ ଫାଳିଆରେ ମାଡ଼ ମାରି ଛେତେରା କରିଦେଇଥିଲେ । ଆଉ ହତ୍ୟା କରିସାରି ସେହି କେନାଲ ବନ୍ଧ କଡ଼ରେ ମୃତଦେହ ଫୋପାଡ଼ି ଫେରାର ମାରିଥିଲେ । 

Advertisment

ହେଲେ ହତ୍ୟାକାରୀ କଣ ବେଶିଦିନ ଲୁଚିପାରେ ? ପୁଅ ଘରକୁ ନଫେରିବା ଦେଖି ପୋଲିସକୁ ଖବର ଦେଇଥିଲେ ବାପା ରବି ମହମ୍ମଦ । ପୋଲିସ ମିସିଂ କେଶ୍ ରୁଜୁ କରି ତଦନ୍ତ କରୁକରୁ ଖବର ଆସିଲା କେନାଲ ବନ୍ଧ ପାଖରେ ପଡ଼ିଛି ଜଣେ ଅଜଣା ଯୁବକର ମୃତଦେହ । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରୁ ଜଣାପଡ଼ିଲା ସେ ଡେଡବଡ଼ି ଅଲମାସର। ତାପରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ଧରିବାକୁ ଚାଲିଲା କସରତ । ଦକ୍ଷିଣ ଲକ୍ଷ୍ନୌ ଡିସିପି ନିପୁନ ଅଗ୍ରୱାଲ୍ କହିଛନ୍ତି ପ୍ରାୟ ୧୦୦ ସିସିଟିଭି ସର୍ଚ୍ଚ କରି ଏବଂ ଫୋନ୍ ଟ୍ରାକ କରାଯାଇ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିଛି ପୋଲିସ। ଏ ୩ଜଣଙ୍କୁ ପୋଲିସ ୩୧ ଡିସେମ୍ବର ୨୦୨୫ ରାତିରେ ଗିରଫ କରିଛି। ଯେତେବେଳେ ସାରା ବିଶ୍ବ ନୂଆବର୍ଷକୁ ସ୍ବାଗତ କରୁଛି, ସମସ୍ତେ ନାଚଗୀତରେ ମାତିଛନ୍ତି, ଏଜନୟ କରୁଛନ୍ତି ସେତେବେଳେ ଏ ଅପରାଧୀଙ୍କୁ ପୋଲିସ ଜେଲ ହାଜତରେ ପୂରାଇଛି । ଗିରଫ ପରେ ଗୋଟିଗୋଟି କରି ସବୁ ସତ ମାନିଛନ୍ତି ପୋଲିସ ପାଖରେ । 

କ୍ରୋଧ ଓ ପ୍ରତିଶୋଧପରାୟଣତା ମଣିଷକୁ ବରବାଦ କରିଦିଏ। ଏ ୩ ଅଭିଯୁକ୍ତ ଯଦି ତାହା ଜାଣିପାରିଥାନ୍ତେ ତେବେ ଏ ବୟସରେ ସେମାନେ ଅପରାଧ ଘଟାଇ ଜେଲକୁ ଯାଇନଥାନ୍ତେ କି ତାଙ୍କ ଭଳି ଆଉ ଜଣେ ଯୁବକର ଜୀବନ ନେଇନଥାନ୍ତେ । ତେଣୁ କିଛି ଅପରାଧ କରିବା ପୂର୍ବରୁ ଶହେଥର ଭାବନ୍ତୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ