Advertisment

From Romance to Ruin: ଏମିତି ପ୍ରେମିକାକୁ ଦୂରୁ ଜୁହାର, ପ୍ରେମିକକୁ କରିଦେଲା ଅମଣିଷ

ପ୍ରେମିକା ସବୁବେଳେ ପ୍ରେମିକକୁ କହୁଥିଲା, ମୋତେ ଆଣି ବହୁତ ସୁନା ଅଳଙ୍କାର ଦିଅ । ଏହି ଚାପରେ ପ୍ରେମିକ ବାଧ୍ୟ ହୋଇ ଜଣକ ଘରେ ପଶି ଚୋରି କଲା । ଚୋରି ଅଳଙ୍କାର ଆଣି ପ୍ରେମିକାକୁ ଦେଲା । ତା ପରେ…

Lover

Lover Photograph: (OTV)

Advertisment

ପୋଲିସ ଚୋରି ଏବଂ ଚୋରି ଅଳଙ୍କାର କିଣାବିକା ଅଭିଯୋଗରେ ରାଜ ବର୍ମା, ଲକ୍ଷ୍ମୀ କୁମାରୀ ଏବଂ ଅନୀସ ସୋନିଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ପ୍ରେମିକା ଲକ୍ଷ୍ମୀ ଅଳଙ୍କାର ପିନ୍ଧିବାକୁ ଜିଦ୍ ଧରିଥିଲା ଏବଂ ତାର ଇଚ୍ଛା ପୂରଣ କରିବା ପାଇଁ ପ୍ରେମିକ ରାଜ ବର୍ମା ଗୋଟିଏ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର ଚୋରି କରିଥିଲା।

Advertisment

 ଝାଡ଼ଖଣ୍ଡ ସୁନ୍ଦର ବିହାରର ତିରିଲ କୋକରର ବାସିନ୍ଦା ପବନ କୁମାର ଶାହ ନଭେମ୍ବର ୮ ତାରିଖରେ ତାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ପୋଲିସକୁ କହିଥିଲେ ଯେ ଚୋର ବାଲକୋନି ଦେଇ ଘରେ ପ୍ରବେଶ କରି ଆଲମାରୀରେ ରଖାଯାଇଥିବା ଅଳଙ୍କାର ଚୋରି କରି ପଳାଇ ଯାଇଥିଲା।

ପୋଲିସ ତଦନ୍ତ ଆରମ୍ଭ କଲା ପରେ ରାଜ ବର୍ମା ଚୋରି କରିଥିବା ନେଇ ସୂଚନା ପାଇଥିଲା । ପୋଲିସ ଚଟକପୁରର ବାସିନ୍ଦା ରାଜ ବର୍ମାଙ୍କୁ ଗିରଫ କଲା। ତା ସୂଚନା ଆଧାରରେ ପୋଲିସ ପ୍ରେମିକା ଲକ୍ଷ୍ମୀ କୁମାରୀ ଏବଂ ଗୋଟିଏ ଜୁଏଲାରୀର ମାଲିକ ଅନୀସ ସୋନିଙ୍କୁ ମଧ୍ୟ ଗିରଫ କଲା। 

Advertisment

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଲକ୍ଷ୍ମୀ ତା ପ୍ରେମିକ ରାଜକୁ ମହଙ୍ଗା ଅଳଙ୍କାର କିଣିବା ପାଇଁ ସବୁବେଳେ ଚାପ ଦେଉଥିଲୀ। ଫଳରେ ରାଜ ଏକ ଚୋରି ଯୋଜନା କରିଥିଲା। ସେ ସୁନ୍ଦର ବିହାରର ପବନ କୁମାର ଶାହଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର ଚୋରି କରିଥିଲା।

ଚୋରି ପରେ ସେ ସିଧା ତା ପ୍ରେମିକା ପାଖକୁ ଯାଇ କହିଲା ଯେ ସେ ତା ପାଇଁ ଏକ ଆଶ୍ଚର୍ଯ୍ୟଜନକ ଉପହାର ଆଣିଛି। ସେ ତାକୁ ଆଖି ବନ୍ଦ କରିବାକୁ କହିଲା ଏବଂ ସମସ୍ତ ଅଳଙ୍କାର ତା ହାତରେ ରଖିଦେଲା। ଲକ୍ଷ୍ମୀ ଅଳଙ୍କାର ପିନ୍ଧି ବହୁତ ଖୁସି ହେଲା । କିଛି ଅଳଙ୍କାର ସେ ରଖିଲା ଓ କିଛି ବିକ୍ରି କରିବାକୁ ନିଷ୍ପତ୍ତି ନେଲା। 

Advertisment

ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଚୋରି ପରେ ଲକ୍ଷ୍ମୀ ନିଜେ ସବୁ ଅଳଙ୍କାର ପିନ୍ଧିଥିଲା ଏବଂ ପରେ ସେଗୁଡ଼ିକୁ ବିକ୍ରୟ କରିବା ପାଇଁ ଅନୀସ ସୋନିଙ୍କ ଅଳଙ୍କାର ଦୋକାନକୁ ଯାଇଥିଲା।
ସନ୍ଦେହ ଏଡାଇବା ପାଇଁ ସେ ଦୋକାନକୁ ଗହଣା ପିନ୍ଧି ଯାଇଥିଲା। ଅନୀସ ସୋନି ପୋଲିସକୁ କହିଥିଲେ ଯେ ସେ ଅଳଙ୍କାର ଚୋରି ହୋଇଥିବା ବିଷୟରେ ଜାଣି ନଥିଲେ, କିନ୍ତୁ ଯେତେବେଳେ ପୋଲିସ ତାଙ୍କଠାରୁ ଚୋରି ଗହଣା ଉଦ୍ଧାର କଲା, ତାଙ୍କୁ ଗିରଫ କରାଯାଇଥିଲା।

ଚୋରି ଅଳଙ୍କାର ଉଦ୍ଧାର ହେଲା

ଅଭିଯୁକ୍ତଠାରୁ ପୋଲିସ ଯେଉଁ ଅଳଙ୍କାର ଜବତ କରିଛି ସେଥିରେ ସୁନା ଚେନ୍, କାନର ଟପ୍, କାନଫୁଲ ଆଦି ରହିଛି। ସଦର ଥାନା ଅଧିକାରୀ କହିଛନ୍ତି ଯେ ତିନି ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ଏବଂ ଅନିସ୍ ସୋନି ପୂର୍ବରୁ ଚୋରି ଅଳଙ୍କାର ବ୍ୟବସାୟ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ପୋଲିସ ସନ୍ଦେହ କରୁଛି ଯେ ଏହି ଗ୍ୟାଙ୍ଗ ଅନେକ ଅପରାଧରେ ଜଡିତ।

ଅଭିଯୁକ୍ତ ରାଜ ବର୍ମା ପୂର୍ବରୁ ଅପରାଧିକ ମାମଲାରେ ଜଡିତ ଅଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ସଦର ପୋଲିସ ତାକୁ ଜେଲ ପଠାଇଥିଲା । ପ୍ରାୟ ୧୫ ଦିନ ପୂର୍ବରୁ ସେ ଜାମିନରେ ଆସିଛି । 

Theft Gold Jewellery Lover
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ