Death mystery Photograph: (OTV)
ଖଳନାୟକ ସାଜିଲା କି ପୁରୁଷ ବନ୍ଧୁ ?
କେନ୍ଦୁଝର ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢୁଛି ହଇଚଇ । ପରିବାରର ସାଂଘାତିକ ଅଭିଯୋଗ, ପୁରୁଷ ବନ୍ଧୁ ହିଁ ମାରିଛି ଆମ ଝିଅକୁ । ତଣ୍ଟି ଚିପି ହତ୍ୟା କରିଛି । ହେଲେ ବାସ୍ତବରେ କ'ଣ ଘଟିଲା ଅଧ୍ୟାପିକାଙ୍କ ସହ ? ସିନ୍ଦୂର ଦେବାର କଥା ଦେଇଥିବା ପୁରୁଷ ବନ୍ଧୁ ନେଇଗଲା କି ଜୀବନ ?
ମୃତକ କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା । ଘର ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳରେ । ସେ ପୁରୁଷ ବନ୍ଧୁ ରୁଦ୍ରନାରାୟଣ ମିଶ୍ରଙ୍କ ସହ ତାଙ୍କ ପୁରୁଣା ବଜାରର ମାଇନିଂ ରୋଡ୍ରେ ଥିବା ଘରେ ଏକାଠି ରହୁଥିଲେ । ପୋଲିସର କହିବା କଥା, ବର୍ଷେ ହେଲା ଲିଭ୍-ଇନ୍ ରିଲେସନରେ ରହିଥିଲେ ଦୁହେଁ । ଅଧ୍ୟାପିକାଙ୍କ ବୟସ ୨୫ ବର୍ଷ ହୋଇଥିଲା ବେଳେ ପୁରୁଷ ବନ୍ଧୁଙ୍କ ବୟସ ଥିଲା ୪୫ ବର୍ଷ । ବୟସର ତାରତମ୍ୟ ଦୃଷ୍ଟିରୁ ଅଧ୍ୟାପିକାଙ୍କ ଘରେ ବିବାହ ପାଇଁ ରାଜି ହେଉନଥିଲେ ।
ହତ୍ୟା ଅଭିଯୋଗ
ହଠାତ୍ ପୁରୁଷ ବନ୍ଧୁଙ୍କ ଘରେ ଅଧ୍ୟାପିକାଙ୍କ ମୃତ୍ୟୁ ହୋଇଥିଲା । ପୁରୁଷ ବନ୍ଧୁ ତାଙ୍କୁ ହସ୍ପିଟାଲକୁ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଗତ କିଛି ଦିନ ତଳେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ରୁଦ୍ର, ଝିଅକୁ ମାରିଦେବାକୁ ଧମକ ଦେଉଥିଲା । ଦୁହଁଙ୍କ ଭିତରେ ପାଟିତୁଣ୍ଡ ହେବା ପରେ ସେ ତଣ୍ଟି ଚିପି ହତ୍ୟା କରିଥିଲା ।
ଏହାପରେ ନିଜକୁ କଲେଜ ଅଧ୍ୟାପକର ପରିଚୟ ଦେଇ ମୃତ ଅଧ୍ୟାପିକାଙ୍କ ଘରକୁ ଫୋନ୍ କରି ମୃତ୍ୟୁ ଖବର ଦେଇଥିଲା । ଅଧ୍ୟାପିକା ଘର ବନ୍ଦ କରୁଥିବାବେଳେ ହଠାତ୍ ପଡିଯାଇ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ କହିଥିଲା ସେ । ଏମିତି ଅଭିଯୋଗ ହୋଇଛି ।
ମୃତ ଅଧ୍ୟାପିକାଙ୍କ ବେକରେ ଏକ ଦାଗ ରହିଥିବା ମଧ୍ୟ ଅଭିଯୋଗ ଆସିଛି । ଏହି ଘଟଣାରେ ପୋଲିସ ପୁରୁଷ ବନ୍ଧୁ ରୁଦ୍ର ନାରାୟଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ତେବେ କେମିତି ଅଧ୍ୟାପିକାଙ୍କ ମୃତ୍ୟୁ ହେଲା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/death-mystery-2025-12-19-13-43-35.jpg)