Murder Photograph: (OTV)
କିନ୍ନରକୁ ମାରିଥିଲେ ଗୁଳି ଖାଇଲେ । ଏନକାଉଣ୍ଟରରେ ଜଖମ ହେଲା ହତ୍ୟାକାରୀ କୃଷ୍ଣ କାଣ୍ଡି । ଲୁଟ୍ ପାଇଁ ଅଞ୍ଜଳିକୁ କରିଥିଲେ ହତ୍ୟା । ସୁରାକ ଦେଲା ଭ୍ୟାନିଟି ବ୍ୟାଗ୍ । ଧରାପଡ଼ିଲେ ଅଭିଯୁକ୍ତ । ଦୀର୍ଘ ୧୧ ଦିନ ପରେ କିନ୍ନର ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପିପିଲି ପୋଲିସ । ହତ୍ୟାକାରୀ କୃଷ୍ଣ କାଣ୍ଡିକୁ ଏନ୍କାଉଣ୍ଟର କରି ଧରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ସାନିଲ କାଣ୍ଡି ବି ଧରାପଡ଼ିଛି ।
ଲୁଟ୍ ଉଦ୍ଦେଶ୍ୟରେ ଅଞ୍ଜଳିକୁ ହତ୍ୟା କରାଯାଇଥିବା ପୋଲିସ କହିଥିବା ବେଳେ ତୃତୀୟ ଅଭିଯୁକ୍ତକୁ ଧରିବାକୁ ଜାଲ ବିଛାଇଛି ପୋଲିସ । କୋଣାର୍କ ଅଞ୍ଚଳର କୁଖ୍ୟାତ ଲୁଟେରା କୃଷ୍ଣ କାଣ୍ଡି । ଅଞ୍ଜଳି ମର୍ଡରରେ କୃଷ୍ଣ ସଂପୃକ୍ତ ଥିବା ଜାଣିବା ପରେ କାଲି ପୋଲିସ ଜାଲ ବିଛାଇଥିଲା । ପୋଲିସ କବଳରୁ ଖସିଯିବା ପାଇଁ କୃଷ୍ଣ ଗୁଳି ଚଳାଇଥିବା ବେଳେ ପୋଲିସର ପାଲଟା ଗୁଳିରେ ଜଖମ ହୋଇଛି ।
କାହିଁକି ଅଞ୍ଜଳିକୁ ହତ୍ୟା କରାଯାଇଥିଲା ଏବଂ କିଭଳି ସୁରାକ ମିଳିଲା ତାର ବିସ୍ତୃତ ତଥ୍ୟ ଦେଇଛି ପୋଲିସ । ୧ ତାରିଖ ରାତିରେ ସିଫା ନିକଟ ରାସ୍ତା କଡ଼ରେ ଅଞ୍ଜଳି ଛିଡ଼ା ହୋଇଥିବା ବେଳେ ତା ପାଖରେ ଏକ ବାଇକରେ ପହଞ୍ଚିଥିଲେ କୃଷ୍ଣ ଓ ତାର ଦୁଇ ସହଯୋଗୀ । ଉଦ୍ଦେଶ୍ୟ ଥିଲା ଲୁଟ୍ । ବାହାନା କରି ସେମାନେ ଅଞ୍ଜଳିକୁ ରାସ୍ତାଠାରୁ କିଛି ଦୂର ବାଲିଗଦା ପଛପଟକୁ ନେଇଯିବା ପରେ ତା ଭ୍ୟାନିଟି ବ୍ୟାଗ୍ ଛଡ଼ାଇଥିଲେ । ଏହାକୁ ନେଇ ୩ ଜଣଙ୍କ ସହ ଅଞ୍ଜଳିର ଧସ୍ତାଧସ୍ତି ହୋଇଥିଲା ।
ଚାପଡ଼ ବାହାର କରି ଅଞ୍ଜଳିକୁ ଚୋଟ ପକାଇଥିଲା
ଏତିକି ବେଳେ କୃଷ୍ଣ ଏକ ଚାପଡ଼ ବାହାର କରି ଅଞ୍ଜଳିକୁ ଚୋଟ ପକାଇବା ସହ ଭ୍ୟାନିଟି ଧରି ସେଠାରୁ ଚମ୍ପଟ ମାରିଥିଲା । ଚାପଡ଼ ଚୋଟ ଖାଇ ଗୁରୁତର ଅଞ୍ଜଳି ରାସ୍ତାରେ କିଛି ବାଟ ଦଉଡ଼ି ତଳେ ପଡ଼ିଯାଇଥିଲା । ଅନ୍ୟ ପକ୍ଷରେ ଭ୍ୟାନିଟିରୁ ଟଙ୍କା ବାହାର କରି ଖାଲି ବ୍ୟାଗ୍ଟିକୁ ଫିଙ୍ଗି ପଳାଇଥିଲେ କୃଷ୍ଣ, ସାନିଲ ଓ ତୃତୀୟ ଅଭିଯୁକ୍ତ ।
ପୋଲିସ ଭ୍ୟାନିଟିକୁ ପାଇ ସ୍ଥାନୀୟ ଲୋକଙ୍କୁ ଦେଖାଇବା ପରେ ୩ ଜଣ ଯୁବକ ଏହାକୁ ଫୋପାଡ଼ି ପଳାଇଥିବା ଜଣାପଡ଼ିଥିଲା । ଏଇଠୁ ହତ୍ୟାକାରୀଙ୍କ ସୁରାକ ପାଇଥିଲା ପୋଲିସ ଓ ଗତିବିଧି ଉଣ୍ଡି କାଲି ଏନକାଉଣ୍ଟର କରିଥିଲା। ଅନ୍ୟ ପକ୍ଷରେ ଦୀର୍ଘ ୧୧ ଦିନ ପରେ ଅଞ୍ଜଳି ହତ୍ୟାକାରୀକୁ ପୋଲିସ ଏନକାଉଣ୍ଟର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି କିନ୍ନର ସମାଜ ନେତ୍ରୀ ।
ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ଘଟିଥିବା ପୋଲିସ କହିଥିବା ବେଳେ ଏହା ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/murder-2026-02-12-20-31-00.jpg)