Advertisment

Job Promise or Trap? ଚାକିରି ନାଁରେ ଦେହ ବେପାର, ହୋଟେଲ୍‌ ରୁମ୍‌ରେ ଚାଲିଥିଲା କେଳେଙ୍କାରୀ

ଚାକିରି ଦେବାକୁ ଲୋଭ ଦେଖାଇ ଡାକୁଛନ୍ତି ଭୁବନେଶ୍ୱର । ଆଉ ଏଠି ପହଞ୍ଚିବା ପରେ ଝିଅମାନଙ୍କୁ ଜୋରଜବରଦସ୍ତ ଲଗାଉଛନ୍ତି ଦେହ ବେପାରରେ । ନା ଆଇନର ଡର ଅଛି, ନା କାହାକୁ ପରୱା ଅଛି ।

BBSR-SEX-RACKET

BBSR-SEX-RACKET Photograph: (OTV)

Advertisment

ଚାକିରି ଦେବାକୁ ଲୋଭ ଦେଖାଇ ଡାକୁଛନ୍ତି ଭୁବନେଶ୍ୱର । ଆଉ ଏଠି ପହଞ୍ଚିବା ପରେ ଝିଅମାନଙ୍କୁ ଜୋରଜବରଦସ୍ତ ଲଗାଉଛନ୍ତି ଦେହ ବେପାରରେ । ନା ଆଇନର ଡର ଅଛି, ନା କାହାକୁ ପରୱା ଅଛି । ରାଜଧାନୀରେ ଅନୈତିକ କାର୍ଯ୍ୟ ପାଇଁ ଜଣେ ନାବାଳିକାଙ୍କୁ ଚାଲାଣ କରାଯିବା ବେଳେ ମାଡିବସିଛି ପୋଲିସ । ୟୁନିଟ-୪ରେ ଥିବା ଏକ ହୋଟେଲରୁ ଉଦ୍ଧାର ହୋଇଛନ୍ତି ନାବାଳିକା ।

Advertisment

ନାବାଳିକାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡିଛି । ଏକ ସୋ ରୁମରେ ରିସେପ୍ସନିଷ୍ଟ ଚାକିରି ଦେବାକୁ କହି ତାଙ୍କୁ ଭୁବନେଶ୍ୱର ଆଣିଥିଲେ ଦଲାଲ । ଗୋଟିଏ ହୋଟେଲରେ ରଖି ଅନୈତିକ କାର୍ଯ୍ୟରେ ଲଗାଇବାକୁ ଡିଲ୍ କରୁଥିଲେ । ଦଲାଲଙ୍କ ‌ଏମିତି କାରନାମା ଜାଣିବା ମାତ୍ରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ କମିଶନରେଟ ପୋଲିସ ହୋଟେଲରେ ରେଡ୍ କରି ନାବାଳିକାକୁ ଉଦ୍ଧାର କରିଛି । 

କେବେଠୁ ଚାଲିଛି ସେକ୍ସ ରାକେଟ୍ ?

ଦଲାଲକୁ ଅଟକ ପଚରାଉଚରା କରୁଛି ପୋଲିସ । ଏହି ଘଟଣା ପଛରେ ଏକ ସଂଗଠିତ ସେକ୍ସ ରାକେଟ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, ଏମିତି କେତେ ଝିଅଙ୍କୁ ଆଣିଥିଲେ ? ଆଉ କେବେଠୁ ଚାଲିଛି ଏ ସେକ୍ସ ରାକେଟ୍ ? ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

କିଛି ଦିନ ତଳେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଜଣେ ଝାଡଖଣ୍ଡ ନାବାଳିକା ଉଦ୍ଧାର ହୋଇଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଦୁଷ୍କର୍ମ ଘଟଣାରୁ ପର୍ଦ୍ଦାଫାସ୍ ହୋଇଥିଲା ବଡ ଧରଣର ସେକ୍ସ ରାକେଟ୍ । ବର୍ତ୍ତମାନ ଏହି ଘଟଣାରେ ବି ଜୋରଦାର୍ ଛାନଭିନ୍‌ ଆରମ୍ଭ କରିଛି କମିଶନରେଟ ପୋଲିସ ।

Bhubaneswar Sex Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ