Advertisment

Daring Heist at House Gate: ଘର ଗେଟ୍ ପାଖରେ ବନ୍ଧୁକ ଦେଖାଇ ଲୁଟିନେଲେ ଅଳଙ୍କାର, କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ

ଗେଟ ଖୋଲି ଫୁଲ ତୋଳିବାକୁ ଯିବା ମାତ୍ରେ ହଠାତ ଲୁଟେରା ବନ୍ଧୁକ ଆଣି ମୁଣ୍ଡରେ ଲଗାଇଦେଲା। ସିଧା ସୁନା ମାଗିଲା। କାନଫୁଲ ନେଲା, ଚୁଡି ମାଗିଲା। ସେତକ ନେଲା ପରେ ପିଠିକୁ ଆଉଁଷି ପଳାଇଲା।

Loot

Loot Photograph: (OTV)

Advertisment

ଭୁବନେଶ୍ବରରେ ପୋଲିସକୁ ଖୋଲା ଚାଲେଞ୍ଜ। ବନ୍ଧୁକ ମୁନରେ ମହିଳାଙ୍କଠୁ ଲୁଟ୍। ଘର ବାହାରୁ ତାଲା ପକାଇ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ। ନୟାପଲ୍ଲୀ ଗଡ଼ ସାହିରେ ଭୋର୍ ସମୟରେ ଲୁଟ୍ ହୋଇଛି। ଫୁଲ ତୋଳିବା ବେଳେ ଘରେ ପଶି ମହିଳାଙ୍କ କାନଫୁଲ ଲୁଟି ନେଇଛନ୍ତି। ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ସିସିଟିଭି ଯାଞ୍ଚ୍ କରି ତଦନ୍ତ ଆରମ୍ଭ କରିଛି ପୋଲିସ । 
ବନ୍ଧୁକ ଦେଖାଇ ଲୁଟିଲା, ପିଠି ଆଉଁଷି ଛୁ’ ମାରିଲା
ଡରେଇଲା-ଥରେଇଲା-ଲୁଟିନେଲା 
ରାତି ପାହିଲା ବେଳକୁ ଘର ବାହାରେ ଛକିଥିଲା
ମୁଣ୍ଡରେ ସିଧା ବନ୍ଧୁକ ଲଗାଇଲା

Advertisment

ଚୋରକୁ ଦେଖି ଥରିଲେ, ବନ୍ଧୁକ ଦେଖି ଚେତା ହରାଇଲେ
ଥରିଲେ ମାଉସୀ, ପିଠିକୁ ଆଉଁଷି ପଳାଇଲା ଲୁଟେରା

ପିଠିକୁ ଆଉଁଷି ପଳାଇଲା

ପାହାନ୍ତିଆ ରାତି, ଝାପସା ଅନ୍ଧାର। ଘର ଗେଟ ବାହାରେ ଲୁଚିଥିଲା ଯୁବକ। ଗେଟ ଖୋଲି ଫୁଲ ତୋଳିବାକୁ ଯିବା ମାତ୍ରେ ହଠାତ ଲୁଟେରା ବନ୍ଧୁକ ଆଣି ମୁଣ୍ଡରେ ଲଗାଇଦେଲା। ସିଧା ସୁନା ମାଗିଲା। କାନଫୁଲ ନେଲା, ଚୁଡି ମାଗିଲା। ସେତକ ନେଲା ପରେ ପିଠିକୁ ଆଉଁଷି ପଳାଇଲା। ମୁଣ୍ଡରେ ବନ୍ଧୁକ ଲାଗିବା ପରେ ମାଉସୀଙ୍କ ପିଳେହି ପାଣି। ଲୁଟେରା, ବନ୍ଧୁକ ଦେଖି ମାଉସୀ ଚେତାଶୂନ୍ୟ ହୋଇପଡିଥିଲେ। 

Advertisment

ଆଉ ଲୁଟେରା ମାଉସୀଙ୍କୁ ଆଉଁଷି ଦେଇ ଛୁ ମାରିଥିଲା। ଏ ଘଟଣା ହେଉଛି ନୟାପଲ୍ଲୀ କନକନଦୁର୍ଗା ମନ୍ଦିର ପାଖରେ ଥିବା ଗଡସାହି ଅଞ୍ଚଳର। ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ଜଣେ ବରିଷ୍ଠ ନାଗରିକ। ହଠାତ ଲୁଟେରା ଆଉ ହାତରେ ବନ୍ଧୁକ ଦେଖିବା ପରେ ଭୟଭୀତ ହୋଇପଡିଥିଲେ। ଯଦି ହୁଏତ ମହିଳା ଜଣଙ୍କ ପ୍ରତିରୋଧ କରିଥାଆନ୍ତେ କିଛି ବି ଅଘଟଣ ଘଟିଥାଆନ୍ତା। 

ତେବେ କାହିଁକି ମହିଳାଙ୍କୁ ଟାର୍ଗେଟ କରିଥିଲା ଲୁଟେରା ? କେବବେଠୁ ମହିଳାଙ୍କୁ ଟ୍ରାକ କରୁଥିଲା ? ଲୁଟେରା ସ୍ଥାନୀୟ ଯୁବକ ନା ଆଉ କିଏ ? ସେପଟେ ରାଜଧାନୀରେ ଏଭଳି ଦୃଶ୍ୟ ସାମନାକୁ ଆସିବା ପରେ ସମସ୍ତଙ୍କ ମନରେ କୋକୁଆ ଭୟ। 

Advertisment

କେତେବେଳେ କାହା ସହିତ କିଛି ବି ଘଟିପାରେ। ପାହାନ୍ତି ଲୁଟେରାଙ୍କ ଉତ୍ପାତ ଖବର ଅନେକ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଭାଳେଣି ପକାଇଛି। ଘଟଣାକୁ ନେଇ ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଖୋଳତାଡ ଆରମ୍ଭ କରିଛି। 

Loot At Gun Point Gold Jewellery Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ