Advertisment

Jajpur Love Affair Death: ଧରାପଡିଗଲା ପ୍ରେମ, ମାରିଦେଲା ପ୍ରେମିକା !

କଟକ ସାଲେପୁରର ଦେଉଳି ଗୋବିନ୍ଦପୁର ଗ୍ରାମର ମନୋଜ ଦାସଙ୍କ ପୁଅ ଅଶୋକ ଦାସ ବିଞ୍ଝାରପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ଘରକୁ ଆସିଥିଲେ । ପୂର୍ବରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ସେଠାରେ ତାଙ୍କୁ ଅଟକ ରଖାଯାଇଥିବା ସେ ଘରକୁ ଫୋନ କରି ଜଣାଇଥିଲେ ।

Young-Man-Found-Dead-in-Girlfriend-Village

Young-Man-Found-Dead-in-Girlfriend-Village Photograph: (OTV)

Advertisment

ପ୍ରେମ ନାଁରେ କଳଙ୍କିନୀ ପ୍ରେମିକା ! ଛଟପଟ କରି ବନ୍ଦ କରିଦେଲା ପ୍ରେମିକର ନିଃଶ୍ୱାସ ! ପ୍ରେମିକକୁ ମାରି ଟାଙ୍ଗିଦେଲେ ପ୍ରେମିକାର ଘର ଲୋକ ! ପୁଅ ମୃତଦେହ ଦେଖି ଫାଟିପଡ଼ିଲା ବାପାର ଛାତି। ଏପରି ଏକ ଅଭିଯୋଗ ଆଣିଛନ୍ତି ଜଣେ ଭେଣ୍ଡିଆ ପୁଅର ବାପା l ପୁଅର ଝୁଲନ୍ତା ମୃତଦେହ ଦେଖି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଆଉ କହିଛନ୍ତି ମୋ ପୁଅକୁ ମାରିଦିଆ ଯାଇଛି l 

Advertisment



ସୂଚନା ଅନୁସାରେ କଟକ ସାଲେପୁରର ଦେଉଳି ଗୋବିନ୍ଦପୁର ଗ୍ରାମର ମନୋଜ ଦାସଙ୍କ ପୁଅ ଅଶୋକ ଦାସ ବିଞ୍ଝାରପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ଘରକୁ ଆସିଥିଲେ । ପୂର୍ବରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ସେଠାରେ ତାଙ୍କୁ ଅଟକ ରଖାଯାଇଥିବା ସେ ଘରକୁ ଫୋନ କରି ଜଣାଇଥିଲେ । ଖବର ପାଇ ଅଶୋକଙ୍କ ବାପା ଆସି ପହଞ୍ଚିବାରୁ ମହିଳାଙ୍କ ଘର ଲୋକ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଅଶୋକଙ୍କ ବାପା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ୧ ଲକ୍ଷ ଟଙ୍କା ଦେବାକୁ କହିବାରୁ କଥା ଛିଡ଼ି ଥିଲା।  ପରେ ବାପା  ଜଲଖିଆ ଖାଇବାକୁ ଯାଇଥିଲେ ଖାଇ ସାରି ଆସି ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କୁ ମେଡ଼ିକାଲକୁ ଅଣାଯାଇଥିଲା କିନ୍ତୁ ସେ ମୃତ୍ୟୁବରଣ କରିସାରିଥିଲେ । ତେବେ ଅଶୋକଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ବାପା । ତେବେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି । 

ଏପଟେ ବିଞ୍ଝାରପୁର ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ଲାଗି ପଠାଇଛି । ପୋଷ୍ଟ ମଟମ ରିପୋର୍ଟ ଆସିଲେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ ଯିଏ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଏସଡିପିଓ  ସୂଚନା ଦେଇଛନ୍ତି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ