Advertisment

Indian Dental Student Dead: ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କୁ ହତ୍ୟା, ୨୮ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ମାରିଲେ ଗୁଳି

ଚନ୍ଦ୍ରଶେଖର ହାଇଦ୍ରାବାଦରେ ଡେଣ୍ଟାଲ ସର୍ଜରୀରେ ବ୍ୟାଚେଲର ଡିଗ୍ରୀ ହାସଲ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ୨୦୨୩ରେ ଆମେରିକା ଯାଇଥିଲେ। ୬ ମାସ ତଳେ ଆମେରିକାରେ ସେ ନିଜର ମାଷ୍ଟର ଡିଗ୍ରୀ ଶେଷ କରିଥିଲେ।

usa

usa Photograph: (OTV)

Advertisment

ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ। ଡାଲ୍ଲାସରେ ମାଷ୍ଟରଡିଗ୍ରୀ ପରେ ଭଲ ଚାକିରି ଅପେକ୍ଷାରେ ରହିଥିଲେ। ପେଟପାଟଣା ପାଇଁ ଆମେରିକାର ଗୋଟିଏ ଗ୍ୟାସ ଷ୍ଟେସନରେ ପାର୍ଟ ଟାଇମ କାମ କରୁଥିଲେ। ଆଖିରେ ତାଙ୍କର ଅନେକ ସ୍ୱପ୍ନ ରହିଥିଲା।

Advertisment

ହାଇଦ୍ରାବାଦ(Hyderabad)ରେ ରହୁଥିବା ପରିବାର ଲୋକ ମଧ୍ୟ ପୁଅର ଚାକିରିକୁ ଅପେକ୍ଷା କରିଥିଲେ। ପୁଅ ଦାନ୍ତ ଡାକ୍ତର ହୋଇ ଲୋକଙ୍କ ସେବା କରିବ। ହେଲେ ମାତ୍ର କିଛି କ୍ଷଣ ମଧ୍ୟରେ ସବୁ କିଛି ବଦଳି ଯାଇଛି। ଗ୍ୟାସ ଷ୍ଟେସନରେ କାମ କରୁଥିବା ୨୭ ବର୍ଷୀୟ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲେଙ୍କୁ ଆମେରିକାରେ କରାଯାଇଛି ହତ୍ୟା। ଜଣେ ଅଜଣା ବନ୍ଧୁକଧାରୀ ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। 

ଚନ୍ଦ୍ରଶେଖର ହାଇଦ୍ରାବାଦରେ ଡେଣ୍ଟାଲ ସର୍ଜରୀରେ ବ୍ୟାଚେଲର ଡିଗ୍ରୀ ହାସଲ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ୨୦୨୩ରେ ଆମେରିକା ଯାଇଥିଲେ। ୬ ମାସ ତଳେ ଆମେରିକାରେ ସେ ନିଜର ମାଷ୍ଟର ଡିଗ୍ରୀ ଶେଷ କରିଥିଲେ। ପାର୍ଟ ଟାଇମ ଭାବେ ଗ୍ୟାସ ଷ୍ଟେସନରେ କାମ କରିବା ସହ ପୂର୍ଣ୍ଣକାଳୀନ ଚାକିରି ଅପେକ୍ଷାରେ ରହିଥିଲେ।

Advertisment

ହେଲେ ଶୁକ୍ରବାର ରାତିରେ ସେ ଗ୍ୟାସ ଷ୍ଟେସନରେ କାମ କରୁଥିବା ବେଳେ ଜଣେ ଅଜଣା ବନ୍ଧୁକଧାରୀ ତାଙ୍କ ପାଖରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେ ଚନ୍ଦ୍ରଶେଖରଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ ଯୋଗୁ ଘଟଣା ସ୍ଥଳରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଛି। 

ଭେଣ୍ଡିଆ ପୁଅର ମୃତ୍ୟୁ ଖବର ହାଇଦ୍ରାବାଦରେ ରହୁଥିବା ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ସେମାନେ ପୁଅର ମରଶରୀର ଆମେରିକାରୁ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। 

Advertisment

ଘଟଣା ସମ୍ପର୍କରେ ଖବର ପାଇ ବିଆରଏସ୍‌ ବିଧାୟକ ସୁଧୀର ରେଡ୍ଡୀ ଆଜି ଚନ୍ଦ୍ରଶେଖରଙ୍କ ହାଇଦ୍ରାବାଦ ସ୍ଥିତ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏଥିସହ ଚନ୍ଦ୍ରଶେଖରଙ୍କ ମୃତଦେହକୁ ତୁରନ୍ତ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି, ଗୋଟିଏ ଭୟଙ୍କର ଘଟଣାକ୍ରମରେ ନଗର ଅଞ୍ଚଳର ଦଳିତ ଛାତ୍ର ଚନ୍ଦ୍ରଶେଖର ପୋଲେ ଏଠାରେ ବିଡିଏସ୍‌ ଶେଷ କରିବା ପରେ ଅଧିକ ପଢ଼ିବା ପାଇଁ ଆମେରିକାର ଡାଲ୍ଲାସ ଯାଇଥିଲେ। କିନ୍ତୁ ସେଠାରେ ଦୁର୍ବୃତ୍ତଙ୍କ ଗୁଳିରେ ତାଙ୍କର ଦେହାନ୍ତ ହୋଇଛି।

ପୁଅ ଶୀର୍ଷରେ ପହଞ୍ଚିବ ବୋଲି ଆଶା ରଖିଥିବା ପରିବାର ଲୋକଙ୍କ ଯନ୍ତ୍ରଣା ବର୍ଣ୍ଣାନା କରାଯାଇ ପାରିବ ନାହିଁ। ବିଆରଏସ୍‌ ତରଫରୁ ଦାବି କରୁଛୁ ଯେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଯଥାଶୀଘ୍ର ଚନ୍ଦ୍ର ଶେଖରଙ୍କ ମରଶରୀରକୁ ତାଙ୍କ ଜନ୍ମ ସ୍ଥାନକୁ ଫେରାଇ ଆଣନ୍ତୁ ବୋଲି ସୁଧୀର ଏକ୍ସରେ ପୋଷ୍ଟ କରିଛନ୍ତି। 
ଚନ୍ଦ୍ର ଶେଖର ଆମେରିକା(USA)ର ଜିଇଆଇସିଓରେ ଗତବର୍ଷ ଅଗଷ୍ଟରୁ ସିନିୟର ଡାଟା ଆନାଲିଷ୍ଟ ଭାବେ କାମ କରୁଥିଲେ। କାର୍ଯ୍ୟରେ ଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ