Lifer Photograph: (OTV)
ଏସିଡ୍ ପକାଇ ଦ୍ବିତୀୟ ପତ୍ନୀଙ୍କୁ ହତ୍ୟା ମାମଲାରେ ସ୍ବାମୀକୁ ଫାଶୀ ଦଣ୍ଡାଦେଶ। ବାଲେଶ୍ବର ଜିଲ୍ଲାର ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ସହ ଦୋଷୀ ସ୍ବାମୀ ଚନ୍ଦନ ରଣାକୁ ଫାଶିୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଏସସି/ଏସଟି କୋର୍ଟ। ୨୦୨୩, ଫେବୃଆରୀ ୨୦ରେ ଦ୍ବିତୀୟ ପତ୍ନୀ ବନିତା ସିଂଙ୍କୁ ଶ୍ବଶୁର ଘରେ ଏସିଡ୍ ମାଡ଼ କରି ଫେରାର ମାରିଥିଲା ଚନ୍ଦନ ରଣା।
ମାମଲା ଅନୁଯାୟୀ, ଚନ୍ଦନ ପୂର୍ବରୁ ବିବାହିତ ଥିଲା। ତଥାପି ବନିତାଙ୍କୁ ଦ୍ବିତୀୟ ବିବାହ କରିଥିଲା । କିନ୍ତୁ ଚନ୍ଦନ ବିବାହିତ ବୋଲି ପୂର୍ବରୁ ଜାଣିନଥିଲେ ବନିତା। ଯାହାକୁ ନେଇ ଲାଗି ରହିଥିଲା ଦାମ୍ପତ୍ୟ କଳି। ଆଉ ସେହି କଳିରୁ ଚନ୍ଦନ ବନିତାଙ୍କୁ ଏସିଡ୍ ମାଡ଼ କରିଥିଲା।
ପ୍ରଥମ ପତ୍ନୀ ସହ ୭ ଜଣଙ୍କୁ ବାନ୍ଧିଥିଲା ପୋଲିସ
ଏସିଡ୍ ମାଡ଼ରେ ବନିତା ଏବଂ ୨ ଶିଶୁଙ୍କ ସମେତ ୪ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାରି ଭିତରେ ସହଦେବ ଖୁଣ୍ଟା ପୋଲିସ ଏ ସଂପର୍କରେ ମାମଲା ରୁଜୁ କରିବା ସହ ପ୍ରଥମେ ଚନ୍ଦନର ପ୍ରଥମ ପତ୍ନୀ ସହ ୭ ଜଣଙ୍କୁ ବାନ୍ଧିଥିଲା।
ପରେ ରାଜ୍ୟ ବାହାରୁ ଚନ୍ଦନକୁ ଗିରଫ କରିଥିଲା ବାଲେଶ୍ବର ପୋଲିସର ସ୍ବତନ୍ତ୍ର ଟିମ୍। ପ୍ରାୟ ସପ୍ତାହେ ଭିତରେ କଟକ ଏସସିବିରେ ମରଣ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଥିଲେ ଏସିଡ୍ ପୀଡ଼ିତା ବନିତା। ପୋଲିସ ହତ୍ୟା ମାମଲା ରୁଜୁ କରି ଚନ୍ଦନକୁ କୋର୍ଟଚାଲାଣ କରିଥିଲା। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/lifer-2026-02-13-21-52-56.jpg)