Murder-Attempt Photograph: (OTV)
ନିଆଁ ଲଗା ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ମାରିବାକୁ ଘରେ ଲଗାଇଲା ନିଆଁ । ଜଳିଗଲା ଘର, ବଞ୍ଚିଗଲା ସ୍ତ୍ରୀ । କ୍ରିମିନାଲ୍ ସ୍ବାମୀର କ୍ରାଇମ୍ ପ୍ଲାନ୍ ଭଣ୍ଡୁର ହୋଇଛି । ଜୀବନ ସିନା ବଞ୍ଚିଯାଇଛି, ହେଲେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଛି । ଏପରି ଏକ ଘଟଣା କପ୍ତିପଦା ଥାନା ଗୌଡ଼ଗାଁ କୁଆଗୋଠଣା ଗ୍ରାମରୁ ଆସିଛି । ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଯୋଜନା କରି ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
ବାପ ଘରକୁ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ
ଉଦଳା ଥାନା ବାଉଁଶପାଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳି ବାରିକ ଏବଂ ସ୍ୱାମୀ ମୃତ୍ୟୁଞ୍ଜୟ ବାରିକ ଉଭୟ ଉଭୟଙ୍କ ଠାରୁ ଅନେକ ଦିନ ଧରି ଅଲଗା ରହୁଥିଲେ । ଶ୍ରଦ୍ଧାଞ୍ଜଳି ନିଜ ବାପ ଘରକୁ ଶୁଦ୍ଧିକ୍ରିୟା ପାଇଁ ଯାଇଥିବା ବେଳେ ପଡିଶାଙ୍କ ନିକଟରୁ ଘରେ ନିଆଁ ଲାଗିଥିବା ଖବର ପାଇଥିଲେ । ପରେ ଶୋଇବା ଘରର ଝରକା ଭଙ୍ଗାଯାଇ ପେଟ୍ରୋଲ ଢାଳି ନିଆଁ ଲଗାଯାଇଥିବା ସେ ଜାଣିପାରିଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ବେଳେ ସ୍ୱାମୀ ଏବଂ ଶ୍ୱଶୁର ଘରେ ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଞ୍ଜଳି ।
ପୂର୍ବରୁ ଅନେକ ବାର ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଶ୍ୱଶୁର ଘର ଲୋକେ । ତେଣୁ ଏଭଳି କାଣ୍ଡ ଭିଆଇ ଥିବା ଶ୍ରଦ୍ଧାଞ୍ଜଳି କହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/22/murder-attempt-2025-12-22-18-50-50.jpg)